ବହି କିଣିବାକୁ ଯାଇଥିଲେ ଦୁଇ ନାବାଳିକା, ବାଟରୁ ଟେକି ନେଲେ ଯୌନ ପିପାସୁ
ବହି କିଣିବାକୁ ଯାଇଥିଲେ ଦୁଇ ନାବାଳିକା, ବାଟରୁ ଟେକି ନେଲେ ଯୌନ ପିପାସୁ
ଫୁଲବାଣୀ : ବହି କିଣିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ନାବାଳିକା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଂଚଳରେ। ଦୁଷ୍କର୍ମର ଶିକାର ହୋଇଥିବା ୨ ଜଣ ନାବାଳିକା ହୋଇଥିବା ବେଳେ ସେମାନେ ନବମ ଶ୍ରେଣୀରେ ପଢୁଥିବା ଜଣାଯାଇଛି ।
ସୂଚନା ଅନୁସାରେ ସାଙ୍ଗ ହୋଇ ଘର ପାଖ ବଜାରକୁ ଯାଇଥିଲେ ୨ ନାବାଳିକା । ଏହି ସମୟରେ ସେଠାରେ ଉପସ୍ଥିତ ୨ ଯୁବକ ସେମାନଙ୍କୁ ପ୍ରଲୋଭିତ କରି ଏକ ବାଇକ୍ ଓ ଏକ ସ୍କୁଟି ଯୋଗେ ଖଜୁରୀପଡ଼ା ଥାନା ଅଂଚଳର ଏକ ଘରକୁ ନେଇଯାଇଥିଲେ । ସେଠାରେ ସେମାନେ ବିଭିନ୍ନ ପ୍ରକାର ଧମକ ଦେଇ ୨ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ୨ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି ।
ଏହାପରେ ଉକ୍ତ ରାତିରେ ଦୁଷ୍କର୍ମକାରୀଦ୍ୱୟ ଏକ କାର୍ ଯୋଗେ ୨ ନାବାଳିକାଙ୍କୁ ସେମାନଙ୍କ ଘରକୁ ପଠାଇଥିଲେ । ଗାଁ ଲୋକେ ବାଟରେ କାର୍କୁ ଅଟକାଇବା ସହ କାର୍ ଚାଳକଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ ।
ନାବାଳିକାଦ୍ୱୟଙ୍କ ପରିବାର ଲୋକେ ଏନେଇ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ୨ ପୀଡିତାଙ୍କ ମେଡିକାଲ ଟେଷ୍ଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୁଲିସ୍ ।




admin 