ବସକୁ ପିଟିଲା ଟ୍ରକ: ୬ ମୃତ, ମୃତକ ପରିବାରକୁ ୨ ଲକ୍ଷର ଅନୁକମ୍ପା ସହାୟତା
ବସକୁ ପିଟିଲା ଟ୍ରକ: ୬ ମୃତ, ମୃତକ ପରିବାରକୁ ୨ ଲକ୍ଷର ଅନୁକମ୍ପା ସହାୟତା
ସୋର:ଛାତି ଥରେଇ ଦେଲା ଭଳି ଭୟଙ୍କର ଦୁର୍ଘଟଣା। ବାଲେଶ୍ୱର ଜିଲ୍ଲା ସୋର ବିଦୁ ଛକରେ ଏମିତି ହୃଦୟ ବିଦାରକ ଦୁର୍ଘଟଣା ହୋଇଛି। ବସ ଷ୍ଟପେଜରେ ଅଟକିଲା ବସ, କିଛି ଯାତ୍ରୀ ଓହ୍ଲାଉଥିଲେ। ଏତିକିବେଳେ ପଛରୁ ଦ୍ରୁତ ଗତିରେ ଆସିଥିବା ଟ୍ରକ ଜୋରରେ ପିଟିଲା ବସକୁ। ଫଳରେ ବସ୍ଟି ଓଲଟି ପଡ଼ିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଏକ ବର୍ଷର ଶିଶୁ ରହିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ୍ ‘ଶାନ୍ତିଲତା’ ଉଦଳାରୁ ଭୁବନେଶ୍ୱର ଯାଉଥିଲା। ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ଶନିବାର ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଦୁର୍ଘଟଣା ହୋଇଥିଲା।
ଏହି ଦୁର୍ଘଟଣା ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତିଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।




admin 