ବଲାଙ୍ଗୀରରେ ପରୀକ୍ଷା ଦେଉଛନ୍ତି ବିଦ୍ୟାଭାରତୀ, କ’ଣ କହିଲେ ବାପା ଜାଣନ୍ତୁ
ବଲାଙ୍ଗୀରରେ ପରୀକ୍ଷା ଦେଉଛନ୍ତି ବିଦ୍ୟାଭାରତୀ, କ’ଣ କହିଲେ ବାପା ଜାଣନ୍ତୁ
ବଲାଙ୍ଗୀର : ବିଦ୍ୟାଭାରତୀଙ୍କ ପରୀକ୍ଷା ପାଇଁ ବଲାଙ୍ଗୀର ଆସିଥିବା ବାପା ଶ୍ରୀହରି ପଣ୍ଡା କହିଛନ୍ତି। ବହୁଚର୍ଚ୍ଚିତ ମୃତ ସୌମ୍ୟଶେଖର ମହାପାତ୍ରଙ୍କ ପତ୍ନୀ ହେଉଛନ୍ତି ବିଦ୍ୟାଭାରତୀ ଏବେ ବଲାଙ୍ଗୀର ପ୍ରାଣୀଧନ ତାଲିମ କେନ୍ଦ୍ରରେ ଶେଷ ବର୍ଷର ପରୀକ୍ଷା ଦେଉଛନ୍ତି । ସ୍ୱାମୀଙ୍କ ସନ୍ଦେହନଜକ ମୃତ୍ୟୁ ପରେ ସେ ଚର୍ଚ୍ଚାରେ ରହି ଆସିଛନ୍ତି । ବୁଧବାରଠାରୁ ସେ ବଲାଙ୍ଗୀରରେ ରହି ତାଙ୍କ ଫାଇନାଲ ପରୀକ୍ଷା ଦେଉଥିବାବେଳେ ଗତକାଲି କିମ୍ବା ଗଣମାଧ୍ୟମ ସମ୍ମୁଖରେ ସେ କିଛି ମୁହଁ ଖୋଲିନାହାନ୍ତି । ତେବେ, ବିଦ୍ୟାଭାରତୀ ବଲାଙ୍ଗୀରରେ ରହି ପରୀକ୍ଷା ଦେଉଥିବାରୁ ପୂରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟସବୁ ପରୀକ୍ଷାର୍ଥୀ ହଷ୍ଟେଲରେ ରହି ପରୀକ୍ଷା ଦେଉଥିବାବେଳେ ସେ ବାହାରେ ରହି ଯିବାଆସିବା କରୁଛନ୍ତି । ଏକ ଧଳା ରଙ୍ଗର ଏକ କାରରେ ବାପାଙ୍କ ସହ ବିଦ୍ୟାଭାରତୀ ଯିବାଆସିବା କରୁଛନ୍ତି । ତାଙ୍କ ସହ ପରୀକ୍ଷା ଦେଉଥିବା ଅନ୍ୟ କାହା ସହ ମଧ୍ୟ ସେ କଥାବାର୍ତ୍ତା କରୁ ନାହାନ୍ତି । ଚୁପଚାପ ଆସି ପରୀକ୍ଷା ଦେଇ ଚାଲିଯାଉଥିବା ତାଙ୍କ ସହପାଠୀମାନେ ପ୍ରକାଶ କରିଛନ୍ତି । ମାନସିକ ଚାପରେ ଅଛନ୍ତି ବୋଲି ତାଙ୍କ ବାପା କହିଛନ୍ତି। ଖାଲି ବିଦ୍ୟାଭରତୀ କାହିଁକି, ପୂରା ପରିବାର ମଧ୍ୟ ଅନୁରୂପ ଭାବେ ମାନସିକ ଚାପରେ ଅଛନ୍ତି ବୋଲି ସେ କହିଛନ୍ତି।




admin 