ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ଆହତ
ମୁମ୍ବାଇ: ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ। ତାଙ୍କ ଡାହାଣପାଖ ପଞ୍ଜରାହାଡ଼ ମାଂସପେଶୀ ଫାଟିଛି। ଏନେଇ ଅମିତାଭ ନିଜ ବ୍ଲଗ୍ ପୋଷ୍ଟ କରି ସୂଚନା ଦେଇଛନ୍ତି।
ହାଇଦ୍ରାବଦରେ ଅମିତାଭଙ୍କ ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’ର ଶୁଟିଂ ଚାଲିଥିଲା। ଏକ ଆକ୍ସନ ସିନ୍ରେ ଶଟ୍ ଦେଉଥିବା ବେଳେ ଆମିତାଭଙ୍କ ଡାହାଣପାଖ ପଞ୍ଜରାରେ ମସ୍କୁଲାର ଟିୟର ହୋଇଥିଲା। ଏହାପରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଶୁଟିଂରୁ ବାଦ୍ ଦିଆଯାଇଥିଲା। ପରେ ଶୁଂଟି କ୍ୟାନ୍ସଲ କରାଯାଇଥିଲା ବୋଲି ଅମିତାଭ ବ୍ଲଗ ପୋଷ୍ଟରେ ଲେଖିଛନ୍ତି। ଆହତ ହୋଇ ଅମିତାଭ ବର୍ତ୍ତମାନ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ବିଶ୍ରାମ ନେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ତେବେ ଘରକୁ ଯିବା ପୂର୍ବରୁ ଆହତ ପରେ ହାଇଦ୍ରାବାଦର ଏଆଇଜି ହସ୍ପିଟାଲ୍ରେ ବଚ୍ଚନଙ୍କର ସିଟି ସ୍କାନ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।




admin 