ବରପୁତ୍ରଙ୍କ ଜନ୍ମସ୍ଥାନ ହେବ ଆଦର୍ଶ ଗ୍ରାମ

ବରପୁତ୍ରଙ୍କ ଜନ୍ମସ୍ଥାନ ହେବ ଆଦର୍ଶ ଗ୍ରାମ

ବରପୁତ୍ରଙ୍କ ଜନ୍ମସ୍ଥାନ ହେବ ଆଦର୍ଶ ଗ୍ରାମ
ଭୁବନେଶ୍ୱର : ରାଜ୍ୟର ବରପୁତ୍ରମାନଙ୍କୁ ଉତରପୀଢ଼ି ନିକଟରେ ଚିରସ୍ମରଣୀୟ କରି ରଖିବା ପାଇଁ ସେମାନଙ୍କର ଜନ୍ମ ସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ । ସେମାନଙ୍କର ଜନ୍ମ ଓ ତିରୋଧାନ ଦିବସକୁ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ କରାଯିବ । କ୍ୟାବିନେଟରେ ଏସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ ମୋହର ଲାଗିଛି । କ୍ୟାବିନେଟରେ ହୋଇଥିବା ନିଷ୍ପତି ଅନୁଯାୟୀ, ଓଡ଼ିଶାର ବରପୁତ୍ରମାନେ କଳା, ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ଜାତିର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମହତ୍ୱପୂର୍ଣ୍ଣ ଅବଦାନ ରଖି ଯାଇଛନ୍ତି । ପ୍ରାଚୀନ କାଳରୁ ଓଡ଼ିଆ ଜାତିର ଗୌରବ ବୃଦ୍ଧି କରିଥିବା ମାଟିର ମହାନ ସନ୍ତାନଙ୍କ ପାଖରେ ଓଡ଼ିଆ ଜାତି ଚିରକୃତଜ୍ଞ । ମହାପୁରୁଷମାନଙ୍କର ସ୍ମୃତିକୁ ଚିର ସ୍ମରଣୀୟ କରି ରଖିବା ଏବଂ ଏମାନଙ୍କର ଜାତିପ୍ରୀତି ସମ୍ପର୍କରେ ଉତରପୀଢ଼ିଙ୍କୁ ଅବଗତ କରିବା ଆମର ଦାୟିତ୍ୱ । ସେମାନଙ୍କର ତ୍ୟାଗପୂତ ଜୀବନୀ ଓ କାର୍ଯ୍ୟ ବିଷୟରେ ପାଠ୍ୟ ପୁସ୍ତକରେ ସ୍ଥାନୀତ କରାଯିବ । ସମସ୍ତ ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନର ବିଷୟବସ୍ତୁକୁ ଏକତ୍ରିତ କରାଯାଇ ବିଭିନ୍ନ ପାଠ୍ୟକ୍ରମ ଓ ଅତିରିକ୍ତ ପାଠ୍ୟକ୍ରମରେ ସାମିଲ କରାଯିବ । ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଏହି ସବୁ ବିଷୟକୁ ସ୍ୱତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ସମ୍ମାନ ଓ ବୃତି ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏଥିପାଇଁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିକ୍ଷାବିତଙ୍କୁ ନେଇ ଏକ କମିଟି ଗଠନ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତି ହୋଇଛି ।