ବଦଳିଲା ଓଡ଼ିଶା ଅଗ୍ନିଶମ ସେବା ନାଁ, ଜାଣନ୍ତୁ କ’ଣ ରହିଲା
ବଦଳିଲା ଓଡ଼ିଶା ଅଗ୍ନିଶମ ସେବା ନାଁ, ଜାଣନ୍ତୁ କ’ଣ ରହିଲା
ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବାର ନାଁ ବଦଳିଛି । ଏହା ଏଣିକି ‘ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ଭାବେ ପରିଗଣିତ ହେବ । ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ଆଇନ-୨୦୨୨ ଓଡ଼ିଶା ବିଧାନସଭାରେ ପାରିତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଛି । ଆଇନ ବିଭାଗର ବିଜ୍ଞପ୍ତି ଜାରି ହେବା ସହ ଏହି ସଂଶୋଧନ କାର୍ୟ୍ୟକ୍ଷମ ହୋଇଛି ।
ଓଡ଼ିଶା ଅଗ୍ନିଶମ ସେବା ନାଁ ଏଣକି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାକୁ ପରିବର୍ତ୍ତନ ହୋଇଛି । ଜରୁରୀକାଳୀନ ସେବାରେ ଯେକୌଣସି ବିପର୍ୟ୍ୟୟ,ଭୟ ଓ ବିପଦର ପ୍ରତିକାର ପାଇଁ ଯୋଗାଇ ଦିଆଯାଉଥିବା ସେବା ଅବା ଯେକୌଣସି ସଙ୍ଗୀନ ପରିସ୍ଥିତିର ମୁକାବିଲା ପାଇଁ ତତ୍କାଳ ରିଲିଫ ଓ ଉଦ୍ଧାର କାର୍ୟ୍ୟ ନିମନ୍ତେ ପ୍ରଦାନ କରାଯାଉଥିବା ସେବାକୁ ଜରୁରୀକାଳୀନ ସେବା ଭାବେ ବିବେଚନା କରାଯିବ । ଅଗ୍ନିଶମ ସେବା ନିଆଁ ଲାଗିଯିବା ସଂକ୍ରାନ୍ତ ଓ ଜରୁରୀକାଳୀନ ସେବା ଅନ୍ୟାନ୍ୟ ଜରୁରୀ ସେବା ନିମନ୍ତେ ଉଦ୍ଦିଷ୍ଟ।




admin 