ଚାଞ୍ଚଲ୍ୟ, ବସ୍ତା ଭିତରୁ ମିଳିଲା ନରକଙ୍କାଳ

ଚାଞ୍ଚଲ୍ୟ, ବସ୍ତା ଭିତରୁ ମିଳିଲା ନରକଙ୍କାଳ

ଚାଞ୍ଚଲ୍ୟ, ବସ୍ତା ଭିତରୁ ମିଳିଲା ନରକଙ୍କାଳ

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ମୁକ୍ତିଆମ୍ବ ନିକଟରୁ ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ ବସ୍ତାରୁ କଙ୍କାଳଟି ଉଦ୍ଧାର କରାଯାଇଛି। ତେବେ ଏହା ପୁରୁଷ କି ମହିଳାର କଙ୍କାଳ ତାହା ଜଣାପଡିନାହିଁ।

ଗତକାଲି ସ୍ଥାନୀୟ ଲୋକେ ମୁକ୍ତିଆମ୍ବ ନିକଟରେ ପରିତ୍ୟକ୍ତ ଅଖା ପଡ଼ିଥିବା ଦେଖିବାକୁ ଥିଲେ। ଆଖାଟି ଖୋଲିଲା ବେଳକୁ ସେଥିରେ ନର କଙ୍କାଳ ଥିବା ଦେଖିବାକୁ ମିଳିଥିଲା। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ନର କକଙ୍କାଳକୁ ଜବତ କରିଥିଲେ।

କେହି ମୃତଦେହଟିକୁ ବସ୍ତାରେ ଭର୍ତ୍ତି କରି ୩ରୁ ୪ମାସ ତଳେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। କିଏ ବସ୍ତାରେ ପୂରାଇ ମୃତଦେହକୁ ଫୋପାଡିଲା,ଏହା ପଛରେ କାରଣ କ’ଣ ଥାଇ ପାରେ ତାକୁ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।   ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ମିଳିତ ଭାବେ ତନାଘନା କରୁଛନ୍ତି।