ବଢିଲା କାଗଜପତ୍ର ବୈଧତା

ବଢିଲା କାଗଜପତ୍ର ବୈଧତା

ବଢିଲା କାଗଜପତ୍ର ବୈଧତା
ଭୁବନେଶ୍ୱର : କରୋନା ମହାମାରୀ ସ୍ଥିତି ପାଇଁ ଆସନ୍ତା ମାର୍ଚ ୩୧ ତାରିଖ ଯାଏଁ ବଢିଲା ଗାଡିର ଡ୍ରାଇଭିଂ ଲାଇସେନ୍ସ , ଆରସି , ଫିଟନେସ କାଗଜପତ୍ର ବୈଧତା ।ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରିଛନ୍ତି । କରୋନା କଟକଣା କାରଣରୁ ଗତ ମାର୍ଚ ୧୮ ତାରିଖ ପରେ ଠାରୁ ଚୂଡାନ୍ତ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ଲଟ ବୁକି ବାତିଲ ହୋଇଯାଇଥିଲା । କରୋନା କଟକଣା କାଳରେ ଆରଟିଓ ଅଫିସରେ ସୀମିତ ସଂଖ୍ୟକ ଡ୍ରାଇଭିଂ ଟେଷ୍ଟ ସ୍ଲଟ ମିଳୁଥିବାରୁ ଅନେକ ଗାଡି ଚାଳକ ଲର୍ଣିଂ ଲାଇସେନ୍ସ ପାଇଥିଲା ବେଳେ ଅନଲାଇନରେ ଫାଇନାଲ ଡ୍ରାଇଭିଂ ଲାଇସେନ୍ସ ପାଇପାରି ନାହାନ୍ତି । ସାରଥି ଆପରେ ସ୍ଲଟ ମଧ୍ୟ ମିଳି ପାରୁନଥିଲା । ଏହି ସବୁ କାରଣରୁ ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଗାଡିଗୁଡିକର ଡିଏଲ , ଆରସି , ଫିଟନେସ ସାର୍ଟିଫିକେଟ ଓ ଅନ୍ୟକିଛି କାଗଜପତ୍ରର ବୈଧତାକୁ ଆଉ ୩ ମାସ ପାଇଁ ଅର୍ଥାତ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରାଯାଇଥିବା ପୁହାଯାଇଛି ।