ବଡ଼ବଡୁଆ ହୋ,ଅନ୍ଧାରେ ଆସି ଆଲୁଏ
ବଡ଼ବଡୁଆ ହୋ,ଅନ୍ଧାରେ ଆସି ଆଲୁଏ ଯାଅ,ଗଙ୍ଗା ଯାଅ,ଗୟା ଯାଅ,ଅଭଡ଼ା ଖାଇ ବାଇଶି ପାହାଚେ ଗଡଗଡଉ ଥାଅ । ଗୁରୁବାରସନ୍ଧ୍ୟା ସମୟରେ କିଛି ଏମିତି ଡାକରେ, ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର । ଖାଲି ସେତିକି ନୁହେଁ ଗୁରୁବାର ସକାଳୁ ସକାଳୁ ଶ୍ରୀମନ୍ଦିର ନିକଟରେ ଏକାଠି ହୋଇ ବଡ଼ବଡୁଆ ଡାକିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ବିଭିନ୍ନ ପଞ୍ଜିକାରେ ପୟାଶ୍ରାଦ୍ଧ ଉଲ୍ଲେଖ ଥିବାରୁ ହଜାରହଜାର ଭକ୍ତ କାଉଁରିଆ ଜାଳି ବଡଵଡୁଆ ଡାକିଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ଥିରିକୃତ ପଞ୍ଜିକାରେ ଶୁକ୍ରବାର ଦୀପାବଳି ଓ ପୟାଶ୍ରାଦ୍ଧ ରହିଥିବାରୁ ନଭେମ୍ବର 1ରେମଧ୍ୟ ହଜାରହଜାର ଭକ୍ତ ଶ୍ରୀମନ୍ଦିର ନିକଟରେ କାଉଁରିଆ ଜାଳି ବଡବଡୁଆଙ୍କୁଡାକିଛନ୍ତି ।ପିତୃପକ୍ଷରେ ମର୍ତ୍ତ୍ୟଲୋକ ଆସିଥିବା ପିତୃପୁରୁଷଙ୍କୁ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ଦୀପଦାନ ପୟାଶ୍ରାଦ୍ଧର ବିଧି ରହିଛି । ଶୁକ୍ରବାର ଶ୍ରୀମନ୍ଦିର ପୂର୍ବ ଦକ୍ଷିଣ କୋଣରେ ମଙ୍ଗୁ ମଠ, କାକୁଡିଖାଇ ମଧ୍ୟରେ ତିନୋଟି ସ୍ଥାନରେ କାଉଁରିଆ କାଠି ଜାଳିଛନ୍ତି ଶ୍ରଦ୍ଧାଳୁ।ଉଦ୍ଦିଷ୍ଟ ସ୍ଥାନରେ ପୋଲିସ ଓ ଫ୍ୟାୟାର ବ୍ରିଗେଡ଼ର କଡା ସୁରକ୍ଷା ଏବଂ ବ୍ୟାରିକେଡ ମଧ୍ୟରେ କାଉଁରିଆ ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି ଶ୍ରଦ୍ଧାଳୁ । ଏଥିସହ ଜଗା ଦର୍ଶନ ସହ ପୟାଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଥିଲା ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର।