ନିଆରା ଢଙ୍ଗରେ ଦୀପାବଳି ପାଳନ

ନିଆରା ଢଙ୍ଗରେ ଦୀପାବଳି ପାଳନ

ଆଳୋକର ପର୍ବ ଦୀପାବଳି ମହାସମାରୋହ ଓ ଧୁମଧାମରେ ପାଳନ ହେଉଛି । ତେଣେ ଏମିତି ବି କିଛି ଅନାଥ ପିଲା ଅଛନ୍ତି ଯେଉଁମାନେ ସମୟ ଚକ୍ରରେ ପଡି ଦୀପାବଳି କଣ ତାହା ଜାଣି ବି ପାରିନଥାନ୍ତି। କିନ୍ତୁ କିଛି ନିଆରା ପଦକ୍ଷେପ ନେଇ ଅନାଥ ପିଲାଙ୍କ ମୁଁହରେ ହସ ଫୁଟାଇବା ପାଇଁ ଦୀପାବାଳି ପାଳନ କରିଛନ୍ତି ସ୍ୱ।ଭିମାନ ସମ୍ବଲପୁର ର ଅନୁଷ୍ଠାନ । ଏହି ଅନୁଷ୍ଠାନର ସଭ୍ୟ ମାନେ ଦୀପାବଳି ରେ ଅଯଥା ଖର୍ଚ୍ଚ ନକରି ସେହି ଟଙ୍କା ରେ ନିଆରା ଦିପାବଳି ପାଲନ କରି ବାଣ ନୁହେଁ ହଁସ ଫୁଟାଇବା ସ୍ଲୋଗାନ ଦେଇ ନିଆରା ଭାବରେ  ପାଲନ କରିଛନ୍ତି। ଏହି ଅବସରରେ ସ୍ୱାଭିମାନ ଅନୁଷ୍ଠାନର ସବୁ ସଭ୍ୟ ଗୋବିନ୍ଦତୋଲା ସ୍ଥିତ ଆନନ୍ଦ ସେବା ଆଶ୍ରମ ରେ ଥିବା  ଅନ୍ତେବାସୀ ଙ୍କ ସହ କିଛି ସମୟ ଅତିବାହିତ କରି ସେମାନଙ୍କ ମୁହଁ ରେ କିଛି ସମୟ ପାଇଁ ହଁସ ଫୁଟାଇବା ପାଇଁ  ପ୍ରୟାସ କରିବା ସହ  ଅନ୍ତେବାସୀ ଙ୍କୁ ଦିପାବଳି ଉପଲକ୍ଷେ ବିଭିନ୍ନ   ଉପହାର ଓ ମିଠା ପ୍ରଦାନ କରିଥିଲେ ।