ବଡ ଖବର : ଜୁଲାଇ ୨୬ରୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ବଡ ଖବର : ଜୁଲାଇ ୨୬ରୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ବଡ ଖବର : ଜୁଲାଇ ୨୬ରୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ
ଭୁବନେଶ୍ୱର : କରୋନା ପାଇଁ ପାଠପଢ଼ା ଏକରକମ ଠପ ହୋଇଯାଇଛି । ସ୍କୁଲ ଖୋଲି ପାରୁନଥିବାରୁ ଅନଲାଇନରେ କ୍ଲାସ କରାଯାଉଛି । କିନ୍ତୁ ସବୁ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହୋଇପାରୁନାହାନ୍ତି । ଅପରପକ୍ଷରେ ଏବେ ସଂକ୍ରମଣ କମିଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଜୁଲାଇ ୨୬ରୁ ସ୍କୁଲରେ ଦଶମ ଓ ଦ୍ୱାଦଶ ପାଠପଢ଼ା ହେବବୋଲି ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଅପରପକ୍ଷରେ ମାଟ୍ରିକ ମାର୍କ ବୃଦ୍ଧି ପାଇଁ ୧୫ ହଜାରରୁ ଉଦ୍ଧ୍ୱର୍ ପିଲା ଆବେଦନ କରିଛନ୍ତି । ରାଜ୍ୟର ୧୮ଟି ଜିଲ୍ଲାରେ ୫୦୦ରୁ କମ ପିଲା ଆବେଦନ କରିଥିବାବେଳେ ୧୨ଟି ଜିଲ୍ଲାରେ ୫୦୦ରୁ ଉଦ୍ଧ୍ୱର୍ ପିଲା ଆବେଦନ କରିଛନ୍ତି । କରୋନା କଟକଣା ସହ ପରୀକ୍ଷା କରାଯିବ । ପ୍ରତି ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ । ଆବଶ୍ୟକସ୍ଥଳେ ମଧ୍ୟ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇବ ବୋଲି ଶ୍ରୀ ସାହୁ କହିଛନ୍ତି ।