ଫ୍ରାନ୍ସରେ ୪ ସପ୍ତାହ କର୍ଫ୍ୟୁ ଜାରି କଲେ ଇମାନୁଏଲ ମାକ୍ରନ

ଫ୍ରାନ୍ସରେ ୪ ସପ୍ତାହ କର୍ଫ୍ୟୁ ଜାରି କଲେ ଇମାନୁଏଲ ମାକ୍ରନ

ଫ୍ରାନ୍ସରେ ୪ ସପ୍ତାହ କର୍ଫ୍ୟୁ ଜାରି କଲେ ଇମାନୁଏଲ ମାକ୍ରନ
ପ୍ୟାରିସ୍: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଦେଶର ରାଜଧାନୀ ପ୍ୟାରିସ୍ ସମେତ ୯ଟି ସହରରେ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ସହରଗୁଡ଼ିକ ହେଲା, ପ୍ୟାରିସ୍, ଆକ୍ସ-ଏନ୍-ପ୍ରୋଭେନ୍ସ, ମାର୍ସିଲେ, ଗ୍ରେନୋବଲ୍, ମଣ୍ଟପେଲିୟର୍, ଟୁଲୁଜ୍, ସେଣ୍ଟ ଏଟିନେ, ଲିଲି ଓ ଲିୟନ୍। ଶନିବାରଠାରୁ ଏହି କର୍ଫ୍ୟୁ ଲାଗୁ କରାଯିବ ଏବଂ ଏହା ଚାରି ସପ୍ତାହ ଧରି ଜାରି ରହିବ। ରାତି ୯ଟାରୁ ସକାଳ ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ ରହିବ। ଏ ନେଇ ଦେଶର ରାଷ୍ଟ୍ରପତି ମାକ୍ରନ୍ କହିଛନ୍ତି, କରୋନା ମହାମାରୀକୁ ରୋକିବା ପାଇଁ କର୍ଫ୍ୟୁ ସବୁଠାରୁ ଶ୍ରେଷ୍ଠ ଉପାୟ। ଏହି କର୍ଫ୍ୟୁ ଦେଶରେ କିଛି ପ୍ରମୁଖ ସହରରେ ଲାଗୁ କରାଯିବ। ଆମେ ନିୟନ୍ତ୍ରଣ ହରାଇ ନାହୁଁ, କିନ୍ତୁ ଆମେ ଏଭଳି ସ୍ଥିତିରେ ଅଛୁ, ଯାହାକୁ ନେଇ ସାମାନ୍ୟ ଚିନ୍ତିତ ଅଛୁ। ବର୍ତ୍ତମାନ ପରିସ୍ଥିତିରେ ବ୍ୟକ୍ତିଗତ ଯୋଗାଯୋଗ ସବୁଠାରୁ ଅଧିକ ମାରାତ୍ମକ। ତେଣୁ ଏହାକୁ ରୋକିବା ନିହାତି ଆବଶ୍ୟକ। ଏଥିପାଇଁ କର୍ଫ୍ୟୁ ହିଁ ବିକଳ୍ପ ବୋଲି ମାକ୍ରନ୍ କହିଛନ୍ତି।