ଫେସବୁକରେ ଜବାବ ରଖିଲେ ଦିବ୍ୟଶଙ୍କର

ଫେସବୁକରେ ଜବାବ ରଖିଲେ ଦିବ୍ୟଶଙ୍କର

ଫେସବୁକରେ ଜବାବ ରଖିଲେ ଦିବ୍ୟଶଙ୍କର

ଭୁବନେଶ୍ୱର : ଗତ କିଛି ମାସ ଧରି ରାଜ୍ୟରେ ମମିତା ମେହେର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି  । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ବିଧାନସଭା ବି ଅଚଳ ହୋଇପଡ଼ିଛି। ତେବେ ଏହି ପ୍ରସଙ୍ଗରେ ସୋସିଆଲ ମିଡ଼ିଆରେ ଜଣେ ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ଦିବ୍ୟଶଙ୍କର। ଶୁକ୍ରବାର ମନ୍ତ୍ରୀ ଶ୍ରୀ ମିଶ୍ର ଫେସବୁକରେ ମା’ ଲଙ୍କେଶ୍ୱରୀ ଗ୍ରାଉଣ୍ଡ ସଂକ୍ରାନ୍ତରେ ଏକ ପୋଷ୍ଟ କରିଥିଲେ  । ଧିରେଧିରେ ଏହି ଗ୍ରାଉଣ୍ଡରେ ଫୁଟବଲ ଗ୍ରାଉଣ୍ଡ, ଓପନ ଜିମ, ୱାକିଂ ଟ୍ରାକ ଓ ନାଟ୍ୟମଣ୍ଡପ ଆଦି ହେବବୋଲି ମନ୍ତ୍ରୀ ପୋଷ୍ଟରେ ଉଲ୍ଳେଖ କରିଥିଲେ  । ତେବେ ମନ୍ତ୍ରୀଙ୍କୁ ଉକ୍ତ ପୋଷ୍ଟରେ କମେଂଟ ଦେଇ ଆଶୁତୋଷ ମେହେର ନାମକ ଜଣେ ବ୍ୟକ୍ତି ଲେଖିଥିଲେଯେ, କଣ ଡର ଲାଗୁଛି, ଲୁଚିଲୁଚି ବିଧାନସଭାକୁ ଯାଉଛ, ଟିକେ ଲାଜ ଲାଗିବା କଥା  । ଏହାର ଉତରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେଯେ, ଦିସ ଇଜ ୟୋର ଟ୍ରୁଥସ ଓନଲି, ହ୍ୱିଚ ଇଜ ନଟ ରିଅଲ  । ଅର୍ଥାତ ଏହା ତୁମ ପାଇଁ ସତ ହୋଇପାରେ, କିନ୍ତୁ ପ୍ରକୃତ କଥା ତାହା ନୁହେଁ  । ପରେ ପରେ ମନ୍ତ୍ରୀଙ୍କ ଉତରକୁ ଠିକ ଦର୍ଶାଇ ଅନେକ କମେଂଟ କରିଥିବା ଦେଖିବାକୁ ମିଳିଛି  । 

ସେହିପରି ଉକ୍ତ ପୋଷ୍ଟରେ ସତ୍ୟଜିତ ବିମଳ ମିଶ୍ର ଲେଖିଛନ୍ତିଯେ, ଭୋକର ଭୂଗୋଳ ଦେଖିବାକୁ ଭଲ ପାଉଥିବା ଲୋକ କଳାହାଣ୍ଡିରୁ ପାଇଲଟ ବାହାରୁଥିବା କଥାକୁ ହଜମ କରିପାରୁନାହାନ୍ତି  । ଏଇଟା ହିଁ ସତ  ।