ଫେରୁଛି କଟକଣା, ଉତ୍ତର ପ୍ରଦେଶରେ ନାଇଟ୍ କର୍ଫ୍ୟୁ
ଫେରୁଛି କଟକଣା, ଉତ୍ତର ପ୍ରଦେଶରେ ନାଇଟ୍ କର୍ଫ୍ୟୁ

ଲକ୍ଷ୍ନୌ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଫେରିବାରେ ଲାଗିଛି। ଉତ୍ତରପ୍ରଦେଶ ସରକାର ପ୍ରଥମ ପର୍ୟ୍ୟାୟରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ଏହା ଶନିବାରଠାରୁ ଲାଗୁ ହେବ ବୋଲି ସରକାର ନିର୍ଦେଶ ଦେଇଛନ୍ତି। ରାତି ୧୧ଟାରୁ ଭୋର ୫ ଟା ପର୍ୟ୍ୟନ୍ତ ଏହି କଟକଣା ଲାଗୁ ହେବ। ବଡ଼ଦିନ ଓ ନୂଆବର୍ଷରେ ଭିଡ଼ ଏଡ଼ାଇବାକୁ ଯାଇ ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ପଡ଼ୋଶୀ ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଉତ୍ତରପ୍ରଦେଶ ସରକାର କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦେଇଛନ୍ତି। କୌଣସି ସମାରୋହରେ ୨୦୦ରୁ ଅଧିକ ଲୋକ ଏକଜୁଟ୍ ନହେବାକୁ ନିର୍ଦେଶ ରହିଛି।