ଫୁଟବଲ ପଡିଆରେ ୫୦ ଜଣଙ୍କୁ ମାରି ଦେଲେ

ଫୁଟବଲ ପଡିଆରେ ୫୦ ଜଣଙ୍କୁ ମାରି ଦେଲେ

ଫୁଟବଲ ପଡିଆରେ ୫୦ ଜଣଙ୍କୁ ମାରି ଦେଲେ
ମୋଜାମ୍ବିକ : ମୋଜାମ୍ବିକରେ ଆଉଥରେ ଆଇଏସ ଆତଙ୍କୀଙ୍କ ମାନେ ଅତ୍ୟନ୍ତ ନୃଶଂସ ଭାବରେ ନରସଂହାର କରିଛନ୍ତି । ଏକ ଫୁଟବଲ ପିଚ ଉପରେ ୫୦ ଅଧିକ ଲୋକଙ୍କ ବେକ କାଟିବା ପରେ ଶବ ଗୁଡିକୁ ଟୁକୁରା ଟୁକୁରା କରି ଦେଇଥିଲେ । ଏହି ୫୦ ଜଣଙ୍କ ମଧ୍ୟରେ ପ୍ରାୟ ୧୫ରୁ ଅଧିକ ଶିଶୁ ରହିଛନ୍ତି । ଆତଙ୍କୀ ମାନେ ନିକଟସ୍ଥ ଏକ ଗ୍ରାମରୁ କିଛି ମହିଳାଙ୍କୁ ଇଉଠାଇ ଆଣିଥିଲେ । ଏହା ସହିତ ଫୁଟବଲ ପଡିଆରେ ଉପସ୍ଥିତ ୧୫ରୁ ଅଧିିକ ବାଳକଙ୍କୁ ମଧ୍ୟ ହତ୍ୟା କରିଥିଲେ । ଛାତ୍ର ମାନେ ପୁରୁଷ ଦୀକ୍ଷା ସମାରୋହରେ ଯୋଗ ଦେବା ପାଇଁ ଆସିଥିଲେ । ଆତଙ୍କୀ ପ୍ରପୀଡିତ ମୋଜାମ୍ବିକରେ ନିୟମିତ ଭାବରେ ଆଇଏସ ଆତଙ୍କୀ ମାନେ ଏହିପରି ନରସଂହାର କରିଥାନ୍ତି । ନିକଟରେ ଫ୍ରାନ୍ସ ପକ୍ଷରୁ ମୋଜାମ୍ବିକରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ୬୦ରୁ ଅଧିକ ଆତଙ୍କୀ ପ୍ରାଣ ହରାଇଥିଲେ । ଏହାର ପ୍ରତିବାଦରେ ଆଇଏସ ପକ୍ଷରୁ ଏହି ନରସଂହାର କରାଯାଇଛି ।