ପ୍ଳିସ୍କୋଭା ଇଟାଲିଆନ ଓପନ ଚମ୍ପିଆନ

ପ୍ଳିସ୍କୋଭା ଇଟାଲିଆନ ଓପନ ଚମ୍ପିଆନ

ପ୍ଳିସ୍କୋଭା ଇଟାଲିଆନ ଓପନ ଚମ୍ପିଆନ
ରୋମ: ୪ର୍ଥ ସିଡ ଚେକ ରିପବ୍ଳିକର କାରୋଲିନା ପ୍ଳିସ୍କୋଭା ଏଠାରେ ଶେଷ ହୋଇଥିବା ଡବ୍ଳ୍ୟଟିଏ ଇଟାଲିଆନ ଓପନ ମହିଳା ଟେନିସ ଟୁର୍ଣ୍ଣାମେଂଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ରବିବାର ଫାଇନାଲରେ ପ୍ଳିସ୍କୋଭା ବ୍ରିଟେନର ୟୋହାନା କୋଂଟାଙ୍କୁ ୬-୩, ୬-୪ ସେଟରେ ପରାସ୍ତ କରିଛି । ୨୦୧୭ ପ୍ରେଂଚ ଓପନ ସେମିଫାଇନାଲିଷ୍ଟ ପ୍ଳିସ୍କୋଭାଙ୍କ ଜୀବନରେ ଏହା ୧୩ଶ ସିଙ୍ଗଲସ ଟାଇଟଲ । ମେ ୨୬ରୁ ପ୍ୟାରିସରେ ଫ୍ରେଚଂ ଓପନ ଗ୍ରାଣ୍ଡସ୍ଳାମ ଟେନିସ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଥିବା ବେଳେ ଏହି ବିଜୟ ପ୍ଳିସ୍କୋଭାଙ୍କୁ ନିଶ୍ଚିୟ ଉସôାହିତ କରିବ । ଅବଶ୍ୟ ଇଟାଲିଆନ ଓପନ ଟୁର୍ଣ୍ଣାମେଟରୁ ବହୁ ନାମା ଖେଳାଳି ଓହରି ଯାଇଥିଲେ । ୨୦୧୬ ସିନସିନାଟି ଓପନ ପରେ ବିଶ୍ୱର ୧୨ନଂ ମହିଳା ସିଙ୍ଗଲସ ଖେଳାଳି କାରୋଲିନା ପ୍ଳିସ୍କୋଭାଙ୍କର ଏହା ସବୁଠାରୁ ବଡ ବିଜୟ । ପୁଣି ୧୯୭୮ ପରଠାରୁ ଚେକ ରିପବ୍ଳିକର ପ୍ରଥମ ଖେଳାଳି ଭାବେ ପ୍ଳିସ୍କୋଭା ଇଟାଲିଆନ ଓପନ ଚମ୍ପିଆନ ହୋଇଛନ୍ତି ।