ପ୍ରେମରେ ବିଫଳ ହୋଇ ପ୍ରେମୀ ଯୁଗଳ ବିଷ ପିଇ ଦେଇଥିଲେ , ପ୍ରେମିକ ମୃତ, ପ୍ରେମିକା ଗୁରୁତର

ପ୍ରେମରେ ବିଫଳ ହୋଇ ପ୍ରେମୀ ଯୁଗଳ ବିଷ ପିଇ ଦେଇଥିଲେ , ପ୍ରେମିକ ମୃତ, ପ୍ରେମିକା ଗୁରୁତର

ପ୍ରେମରେ ବିଫଳ ହୋଇ ପ୍ରେମୀ ଯୁଗଳ ବିଷ ପିଇ ଦେଇଥିଲେ , ପ୍ରେମିକ ମୃତ, ପ୍ରେମିକା ଗୁରୁତର
ପଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ରେଙ୍ଗା ପଞ୍ଚାୟତ କୁମାରକାନି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ପ୍ରେମରେ ବିଫଳ ହୋଇ ପ୍ରେମୀ ଯୁଗଳ ବିଷ ପିଇ ଦେଇଥିଲେ । ଏଥିରେ ପ୍ରେମିକର ମୃତୁ୍ୟ ହୋଇଥିବା ବେଳେ ପ୍ରେମିକା ଜଣକ ଗୁରୁତର ହୋଇଛନ୍ତି । ମୃତ ଯୁବକ ଜଣକ ହେଲେ ଲଚିମି ପାଙ୍ଗି । ଲଚିମି ଜଣେ ଡ୍ରାଇଭର ହୋଇଥିବା ବେଳେ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଦୁହେଁ ଗୋଟିଏ ଜାତିର ହୋଇ ନଥିବାରୁ ଉଭୟ ପରିବାର ସେମାନଙ୍କ ବିବାହକୁ ସମର୍ଥନ ଦେଇ ନଥିଲେ । ଫଳରେ ଏ ନେଇ ଶନିବାର ଉଭୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପଟାଙ୍ଗି ଥାନା ଆଇଆଇସି କୈବଲ୍ୟ ସେଠୀ କହିଛନ୍ତି । ପରେ ଲିଚିମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୁନ୍ଦୁଲି ମେଡିକାଲ ଓ ପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତୁ୍ୟ ହୋଇଛି । ପଟ୍ଟାଙ୍ଗୀ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି ।