ପ୍ରସିଦ୍ଧ ମକର ମେଳା ଆରମ୍ଭ, ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରେ ଭିଡ଼

ପ୍ରସିଦ୍ଧ ମକର ମେଳା ଆରମ୍ଭ, ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରେ ଭିଡ଼

ପ୍ରସିଦ୍ଧ ମକର ମେଳା ଆରମ୍ଭ, ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରେ ଭିଡ଼

ଖୋର୍ଦ୍ଧା: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଘରେ ଘରେ ଚାଲିଛି ପିଠା ପଣା ଓ ମକର ଚାଉଳର ଆସର । ଇତିମଧ୍ୟରେ ଆରମ୍ଭ ହୋଇଛି ପବିତ୍ର ମକର ମେଳା ଉତ୍ସବ । ବେଗୁନିଆ ଅଟ୍ରିରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା । ପ୍ରସିଦ୍ଧ ଶୈବପୀଠ ବାବା ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଭୋର ୩ଟାରୁ ମନ୍ଦିର ପହୁଡ ଖୋଲା ଯାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ହଟ୍ଟକେଶ୍ୱର ମହାଦେବ। ଶ୍ରଦ୍ଧାଳୁମାନେ ଲମ୍ବା ଲାଇନରେ ଆସି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରୁଛନ୍ତି। ତାସହ ଉଷ୍ଣପ୍ରସବଣ କ୍ଷେତ୍ର ଠାରେ ଶୀତୁଆ ସକାଳରେ ଗରମ ପାଣିର ମଜ୍ଜା ନେଉଛନ୍ତି ସମସ୍ତେ।

ଏଠାରେ ଆଉ ଏକ ପର୍ବ ଗୁଆଖୋଜା ପର୍ବ ମଧ୍ୟ ସମ୍ପାଦନ ହେଉଥିବା ଦେଖିବାକୁ ମିଳିଛି। ଯେଉଁ ନିଃସନ୍ତାନ ଦମ୍ପତି ପବିତ୍ର ମକର ସଂକ୍ରାନ୍ତି ଦିନ ଏଠାକୁ ଆସି ହଟ୍ଟକେଶ୍ୱର ମହାଦେବଙ୍କ ନିକଟରେ ସଂକଳ୍ପ କରି ଉଷ୍ଣପ୍ରସବଣ ଠାରେ ଥିବା ମାନସିକ କୁଣ୍ଡରୁ ଗୁଆଖୋଜି ସେବନ କରନ୍ତି ସେମାନଙ୍କୁ ବର୍ଷକ ମଧ୍ୟରେ ସନ୍ତାନ ପ୍ରାପ୍ତି ହୁଏ ବୋଲି ରହିଛି ବିଶ୍ୱାସ।