ପ୍ରସନ୍ନଙ୍କ ରାଜ୍ୟସଭା ଇଚ୍ଛା
ପ୍ରସନ୍ନଙ୍କ ରାଜ୍ୟସଭା ଇଚ୍ଛା
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇଲେ ପ୍ରସନ୍ନ ପାଟ୍ଟଶାଣୀ। ନିଜର ରାଜ୍ୟସଭା ଯିବା ଇଚ୍ଛାକୁ ପୁଣି ଥରେ ଦୋହରାଇଛନ୍ତି ବିଜେଡି ଉପସଭାପତି ତଥା ପୂର୍ବତନ ସାଂସଦ ପ୍ରସନ୍ନ। ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶୃତି ଦିଅନ୍ତି ତାହା ପାଳନ କରନ୍ତି । ଏହାପରେ ପ୍ରଣବଙ୍କ ମନ୍ତବ୍ୟକୁ ଦୋହରାଇ ପ୍ରସନ୍ନ ପାଟଶାଣୀ କହିଛନ୍ତି, ନବୀନ ତାଙ୍କ ପ୍ରତିଶ୍ରୁତି ରକ୍ଷା କରନ୍ତୁ । ସେ ତାଙ୍କୁ ରାଜ୍ୟସଭାକୁ ପଠାଇବେ ବୋଲି କହିଥିଲେ । ଦୁଇଥର ରାଜ୍ୟସଭା ଖାଲି ହୋଇଛି । ଏହିସମୟରେ ଅନ୍ୟମାନେ ରାଜ୍ୟସଭାକୁ ଯାଇଛନ୍ତି । ଏବେ ତାଙ୍କୁ ରାଜ୍ୟସଭାକୁ ପଠାଯାଉ ବୋଲି ପାଟଶାଣୀ କହିଛନ୍ତି ।




admin 