ଛତିଶଗଡ଼ରେ ଯବାନଙ୍କୁ ସଫଳତା, ୬ ମାଓବାଦୀ ନିପାତ

ଛତିଶଗଡ଼ରେ ଯବାନଙ୍କୁ ସଫଳତା, ୬ ମାଓବାଦୀ ନିପାତ

ଛତିଶଗଡ଼ରେ ଯବାନଙ୍କୁ ସଫଳତା, ୬ ମାଓବାଦୀ ନିପାତ

ଛତିଶଗଡ: ତେଲେଙ୍ଗାନା ଛତିଶଗଡ ସୀମାରେ ପୁଲିସ ଓ ଯବାନଙ୍କୁ ମିଳିଛି ବଡ଼ ସଫଳତା। ଏକ ବଡ଼  ଧରଣର ଏନକାଉଣ୍ଟରରେ ୬ ମାଓବାଦୀ ନିପାତ ହୋଇଛନ୍ତି। ତେଲେଙ୍ଗାନା କିସ୍ତାରାମ ଜଙ୍ଗଲରେ ତେଲେଙ୍ଗାନା, ଓଡିଶା ପୋଲିସ୍ ଓ ସିଆରପିଏଫର ମିଳିତ ଅପରେସନ ଜାରି ରହିଥିଲା । 

ତେଲେଙ୍ଗାନା କୋତାଗୁଡମ୍ଠାରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ଜଣ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୬ମାଓବାଦୀଙ୍କ ମୃତ ଦେହ ଉଦ୍ଧାର ହେବା ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି ।  

 ବର୍ତ୍ତମାନ ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ତେଲେଙ୍ଗାନା କୋତାଗୁଡମ୍ ଏସପି ସୁନୀଲ ଦତ୍ତ ସୂଚନା ଦେଇଛନ୍ତି  ।