ପ୍ରଶ୍ନକାଳ ଚାଲିଲା, ଶୂନ୍ୟକାଳରେ କକ୍ଷତ୍ୟାଗ
ପ୍ରଶ୍ନକାଳ ଚାଲିଲା, ଶୂନ୍ୟକାଳରେ କକ୍ଷତ୍ୟାଗ
ଭୁବନେଶ୍ୱର: ୩ ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହେଲା ପ୍ରଶ୍ନକାଳ । ଗତକାଲିର ସର୍ବଦଳୀୟ ବୈଠକ ପରେ ଆଜି ବିଧାନସଭା ଗୃହ ସ୍ୱାଭାବିକ ଅବସ୍ଥାକୁ ଫେରିଛି । ହେଲେ ଶୂନ୍ୟକାଳରେ ବିଜେପି ସଦସ୍ୟମାନେ ବିରୋଧ ପ୍ରକାଶ କରି କକ୍ଷତ୍ୟାଗ କରିଛନ୍ତି । ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭାବେ ସମ୍ମାନ ମିଳୁନଥିବା ଅଭିଯୋଗ ଦର୍ଶାଇ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରିଛନ୍ତି । ବାଚସ୍ପତି ସେମାନଙ୍କୁ କହିବାକୁ ସୁଯୋଗ ଦେଉନଥିବା ଅଭିଯୋଗ କରିଛନ୍ତି ବିଜେପି ସଦସ୍ୟ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ସମ୍ପର୍କରେ କହିବାକୁ ବାଚସ୍ପତି ସୁଯୋଗ ଦେଇନଥିବା ବିଜେପି ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଯେଉଁଥିବା ପାଇଁ ଆମକୁ ଦୁଃଖ ଲାଗୁଛି ବୋଲି କହି ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରିଛନ୍ତି । କକ୍ଷ ତ୍ୟାଗ ପରେ ବିଜେପି ସଦସ୍ୟମାନେ ବ୍ୟାନର ଧରି ବିଧାନସଭା ବାହାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିବା ଜଣାଯାଇଛି ।




admin 