୧୨୧ ସିଟି ବସ୍ କବାଡ଼ିଆକୁ ଦେଇଦେଲେ
୧୨୧ ସିଟି ବସ୍ କବାଡ଼ିଆକୁ ଦେଇଦେଲେ
ଭୁବନେଶ୍ୱର: ଗୋଟିଏ ପଟେ ଶତାଧିକ ନୂଆ ବସ୍ କିଣାଯାଉଛି । ନୂଆ ବସ୍ ଡିପୋ ତିଆରି ହେଉଛି । କୋଟି କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ହେଲେ ଅନ୍ୟପଟେ ଶତାଧିକ ସିଟି ବସ୍କୁ ବର୍ଷ ବର୍ଷ କାଳ ଡିପୋରେ ପକାଇ ପକାଇ ଖତ କରିବା ପରେ କବାଡ଼ିଆ ସଂସ୍ଥାକୁ ବିକ୍ରି କରାଯାଇଛି । ଭୁବନେଶ୍ୱରରେ ୧୨୧ଟି ସିଟିବସକୁ ଶାଗ ମାଛ ଦରରେ କୋଲକାତାର ଏକ ସଂସ୍ଥାକୁ କବାଡ଼ିଆକୁ ବିକ୍ରି କରାଯିବା ଘଟଣା ପଦାକୁ ଆସିବା ପରେ ବିଜେପି ଆନେ୍ଦାଳନକୁ ଓହ୍ଲାଇଛି । ଆଜି ବିଜେପି ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଭୁବନେଶ୍ୱର ରେଳ ଷ୍ଟେସନ ଛକ ପାଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୧୨୧ଟି ସିଟି ବସ୍କୁ କବାଡ଼ିଆ ବିକ୍ରି କରିବା ପଛରେ ବଡ଼ ଦୁର୍ନୀତି ଥିବା ବିଜେପି ଅଭିଯୋଗ କରିଛି । ଏ ନେଇ ବିଜେପି ଆଗକୁ ଆନେ୍ଦାଳନ ତେଜିବ ବୋଲି କହିଛି ।




admin 