୩୦ ତାରିଖ ପିପିଲି ଭୋଟ୍
୩୦ ତାରିଖ ପିପିଲି ଭୋଟ୍
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଭୋଟ ଗଣତି ହେବ ଅକ୍ଟୋବର ୩ରେ । ପ୍ରାୟ ବର୍ଷେ ହେବ ପିପିଲି ନିର୍ବାଚନମଣ୍ଡଳୀ ବିଧାୟକ ଶୂନ୍ୟ ହୋଇ ରହିଛି । ପଂଚାୟତ ନିର୍ବାଚନ ପାଇଁ ସବୁଦଳ କମର କଷୁଥିବାବେଳେ ଏବେ ପିପିଲି ଉପନିର୍ବାଚନ ଗୁରୁତ୍ୱ ଆହୁରି ବଢ଼ିଯାଇଛି ।
ଗତବର୍ଷ ଅକ୍ଟୋବର ୪ ତାରିଖରେ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା । ତେବେ ଗତ ଏପ୍ରିଲରେ ନିର୍ବାଚନ ହେବାର ଥିଲା । ମାତ୍ର ଭୋଟର କିଛି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ପ୍ରାଣ ହରାଇଲେ । ତେଣୁ ନିର୍ବାନଚକୁ ସ୍ଥଗିତ ରଖାଗଲା । ପରେ ସାନି ତାରିଖ ଘୋଷଣା ହେଲା । କଂଗ୍ରେସରୁ ନୂଆ ପ୍ରାର୍ଥୀ ବି ନାମାଙ୍କନ ଭରିଲେ । ମାତ୍ର ରାଜ୍ୟରେ କରୋନାର ଦ୍ୱିତୀହ ଲହରୀ ଯୋଗୁ ପୁନର୍ବାର ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଏବେ କରୋନା ସଂକ୍ରମଣ ହାର କମିଥିବାରୁ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଉପନିର୍ବାଚନ ତାରିଖ ଘୋଷଣା ସହ ପିପିଲିରୁ ଭୁବନେଶ୍ୱର ଯାଏ ରାଜନୀତି ସରଗରମ ହୋଇପଡ଼ିଛି । ବିଜେଡି, ବିଜେପି ଓ କଂଗ୍ରେସ ଶିବିର ଚଳଚଂଚଳ ହୋଇପଡ଼ିଛି ।
ପିପିଲି ସହ ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ଏଥିମଧ୍ୟରେ ବହୁଚର୍ଚ୍ଚିତ ଭବାନୀପୁର ନିର୍ବାଚନମଣ୍ଡଳୀ ବି ରହିଛି । ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଲଢ଼ିବେ ।




admin 