ପ୍ରଥମ ଦିନରେ ୩ ଲକ୍ଷ ଲୋକଙ୍କୁ ଟିକା

ପ୍ରଥମ ଦିନରେ ୩ ଲକ୍ଷ ଲୋକଙ୍କୁ ଟିକା

ପ୍ରଥମ ଦିନରେ ୩ ଲକ୍ଷ ଲୋକଙ୍କୁ ଟିକା
ନୂଆଦିଲ୍ଲୀ:ଜାନୁଆରୀ ୧୬ରେ ପ୍ରଥମ ଦିନ ୩ ଲକ୍ଷ ଲୋକଙ୍କୁ ଟିକା ଦିଆଯିବ । ନୀତି ଆୟୋଗ ସଦସ୍ୟ ଭିକେ ପଲ ସୂଚନା ଦେଇଛନ୍ତି । ଦେଶରେ ୩ ହଜାର ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ପ୍ରତ୍ୟେକ ଟିକା କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯିବ । ପରେ ଟିକାକରଣ କେନ୍ଦ୍ର ୩ ହଜାରରୁ ୫ ହଜାରକୁ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣର ଶୁଭାରମ୍ଭ କରିବେ । ଶୁଭାରମ୍ଭରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥାହେବେ । ଦେଶର ୧୨ଟି ସହରରେ ଦେଶୀ କୋଭାକ୍ସିନ ଟିକା ଦିଆଯିବ । ଅନ୍ୟ ସବୁ ସ୍ଥାନରେ କୋଭିସଲ୍ଡ ଟିକା ଦିଆଯିବ ।