ପ୍ରତି ମୁହୂର୍ତ୍ତରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ମୋର ଲକ୍ଷ୍ୟ : ନୋରା ଫତେହି
ପ୍ରତି ମୁହୂର୍ତ୍ତରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ମୋର ଲକ୍ଷ୍ୟ : ନୋରା ଫତେହି
ମୁମ୍ବାଇ: ନିକଟରେ ୩୧ତମ ଜନ୍ମଦିନ ପାଳନ କରିଛନ୍ତି ଦିଲବର ଗର୍ଲ ନୋରା ଫତେହି । ଭିନ୍ନ ଶୈଳୀର ନୃତ୍ୟ ପାଇଁ ସେ ଘରେ ଘରେ ପରିଚୟ ପାଇଛନ୍ତି । ଗତବର୍ଷ ତାଙ୍କ ପାଇଁ ଶୁଭଙ୍କର ଥିଲା । ବର୍ଷ ତମାମ ସେ ବ୍ୟସ୍ତ ଥିଲେ । କତାରରେ ଅନୁଷ୍ଠିତ ଫିଫା ବିଶ୍ୱକପରେ ତାଙ୍କ ପ୍ରଦର୍ଶନ ବିଶ୍ୱବାସୀଙ୍କ ମନ କିଣିଥିଲା । ଜନ୍ମଦିନ ଅବସରରେ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ନିଜର ଭବିଷ୍ୟତ ଯୋଜନା ଓ କାମ ବିଷୟରେ ସେ ଆଲୋଚନା କରିଥିଲେ ।
ନୋରା କହିଥିଲେ ‘ମୋତେ ମିଳିଥିବା ପ୍ରତ୍ୟେକ ସୁଯୋଗ ପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ । ପ୍ରତି ମୁହୂର୍ତ୍ତରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ମୋର ଲକ୍ଷ୍ୟ । ଅନେକ କାମ ହାତରେ ଥିବାରୁ ମୁଁ ଅତ୍ୟନ୍ତ ଉତ୍ସାହିତ ।’ ଅନ୍ତର୍ଜାତୀୟ ରାପର ନିକି ମିନାଜ୍ ଏବଂ ଜ୍ୟାକ୍ ନାଇଟଙ୍କ ସହିତ ତାଙ୍କ ଗୀତ ‘ଡାର୍ଟି ଲିଟିଲ୍ ସିକ୍ରେଟ’ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରିଛି । ଅପକମିଙ୍ଗ ପ୍ରୋଜେକ୍ଟ ବିଷୟରେ ସେ କହିଛନ୍ତି, ଏ ବର୍ଷ ମୋ ହାତରେ ଅନେକ ମଜାଦାର ପ୍ରୋଜେକ୍ଟ ରହିଛି । ଏକାଧିକ କମର୍ସିଆଲ ଫିଚର୍ ଫିଲ୍ମରେ ଦର୍ଶକ ମୋତେ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ । ଏହାଠୁ ଉତ୍ସାହଜନକ କଥା ମୋ ପାଇଁ ଆଉ କିଛି ନୁହଁ । ନିଜର କଳାକୁ ପରଫେକ୍ଟ କରିବାକୁ ମୁଁ ସବୁ ପ୍ରୟାସ କରୁଛି । ଏ ବର୍ଷ ବିଭିନ୍ନ କ୍ଷେତ୍ରରେ ମୋ କାମ ଲୋକେ ଦେଖିବାକୁ ପାଇବେ ।




admin 