ପୋଲିସ କବଜାରେ ଫସିଛି ଜଣେ ନକଲି ସେନାଧିକାରୀ

ପୋଲିସ କବଜାରେ ଫସିଛି ଜଣେ ନକଲି ସେନାଧିକାରୀ

ପୋଲିସ କବଜାରେ ଫସିଛି ଜଣେ ନକଲି ସେନାଧିକାରୀ
ଭୁବନେଶ୍ୱର: ଲକଡାଉନ୍ ଓ ସଟଡାଉନ ସମୟରେ ଅନେକ ଦୁର୍ବୃତ୍ତ ନିଜର ନକଲି ପରିଚୟ ଦେଇ ବୁଲୁଥିବାର ଅନେକ ଘଟଣା ନଜରକୁ ଆସିଛି । ସେହିପରି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ କବଜାରେ ଫସିଛି ଜଣେ ନକଲି ସେନାଧିକାରୀ । ଅଭିଯୁକ୍ତ ଜଣକ ନିଜକୁ ସେନାଧିକାରୀ କହି ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଥିଲା । ଆର୍ମି ଅଫିସର ପରିଚୟ ଦେଇ ଏସୟୁଭିରେ ଆମି ଲେଖି ସେ ଗାଡି ଚଳାଉଥିଲା । ଚଳାଉଥିବା ଏସୟୁଭିର ପଞ୍ଜୀକରଣ ନମ୍ବରକୁ ବି ସେ ଜାଲିଆତି କରିଥିବା ଜଣାପଡିଥିଲା । ପୋଲିସର ସୂଚନା ମୁତାବକ, ଏସୟୁଭିରେ ଆମି ଲେଖାଥିବା ଗାଡିଟି ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଥିଲା । ଫଳରେ ଗାଡି ମାଲିକଙ୍କୁ ୧୦ ହଜାର ଟଙ୍କାର ଚାଲାଣ କଟାଯାଇଥିଲା । ୩ ଥର ଉକ୍ତ ନମ୍ବରରେ ଚାଲାଣ ମଧ୍ୟ ପ୍ରକୃତ ଗାଡି ମାଲିକଙ୍କ ପାଖକୁ ଯାଇଥିଲା । ଚାଲାଣକୁ ଦେଖି ଗାଡି ମାଲିକ ଧଜଞ୍ଜୟ ହୋତା ଆଶ୍ଚର୍ଯ୍ୟ ହୋଇଥିଲେ, କାରଣ ତାଙ୍କ ଗାଡି ଘରେ ଥିବା ବେଳେ ଚାଲାଣ କିପରି କଟିଲା ବୋଲି ସେ ଚକିତ ହୋଇଥିଲେ । ଗାଡି ମାଲିକଙ୍କ ଖୋଳତାଡ ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା ।