ପୋଲିସ ଡିଜି ଅଭୟ କରୋନା ଟିକା ନେଲେ

ପୋଲିସ ଡିଜି ଅଭୟ କରୋନା ଟିକା ନେଲେ

ପୋଲିସ ଡିଜି ଅଭୟ କରୋନା ଟିକା ନେଲେ
ଭୁବନେଶ୍ବର : କରୋନା ଟିକା ନେଲେ ପୋଲିସ ଡିଜି ଅଭୟ। କଟକ ଇନ୍‌ଡୋର ଷ୍ଟାଡିୟମ୍ କେନ୍ଦ୍ରରେ ଟିକା ନେଲେ ପୋଲିସ ଡିଜି। ଶନିବାର ପୋଲିସ କର୍ମଚାରୀଙ୍କ ସମେତ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ଭୁବନେଶ୍ବର ଓ କଟକରେ ଟିକାକରଣ କେନ୍ଦ୍ର ଖୋଲା ଯାଇଥିବା ନେଇ ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଭୁବନେଶ୍ବରରେ ପୁଲିସ୍‌ ସେବା ଭବନ ମୁଖ୍ୟାଳୟ, ଡିସିପି ଅଫିସ୍‌, ସପ୍ତମ ବାଟାଲିଅନ୍, ରିଜର୍ଭ ପୁଲିସ୍‌, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମି, ଏସ୍ଓଜି, ଏସଏସ୍‌ବି, ଏହିପରି ୧୯ଟି ପ୍ରତିଷ୍ଠାନର ୮ହଜାର ୯୩୭ ପୁଲିସ କର୍ମଚାରୀ ଟିକା ନେବେ। ଏଥିପାଇଁ ପୁଲିସ ସେବା ଭବନ, ସପ୍ତମ ବାଟାଲିଅନ୍ ଓ ରିଜର୍ଭ ପୁଲିସ କ୍ୟାମ୍ପସରେ ଟିକାକରଣ କେନ୍ଦ୍ର ଖୋଲା ଯାଇଛି। ସେହିପରି କଟକରେ ରାଜ୍ୟ ପୁଲିସ ମୁଖ୍ୟାଳୟ, ଡିସିପି ଅଫିସ, କ୍ରାଇମବ୍ରାଞ୍ଚ, ଅଗ୍ନିଶମ, ଭିଜିଲାନ୍ସ, ହୋମଗାର୍ଡ ଏହିପରି ୧୧ଟି ପ୍ରତିଷ୍ଠାନର ୬ ହଜାର ୮୬୭ଜଣ ପୁଲିସ କର୍ମଚାରୀ ଟିକା ନେବେ। ନେହରୁ ଇନଡୋର୍ ଷ୍ଟାଡିୟମ୍‌ରେ ଟିକାକରଣ କେନ୍ଦ୍ର ଖୋଲା ଯାଇଛି। କରୋନା ଯୁଦ୍ଧରେ ସମ୍ମୁଖ ଭାଗରେ ରହି ଲଢ଼ୁଥିବା ସରପଞ୍ଚ, ସମିତିସଭ୍ୟ, ବ୍ଲକ, ତହସିଲ ଓ ପୌର କର୍ମଚାରୀ କରୋନା ଟିକା ନେବେ।