ପୂର୍ବ ଘୋଷଣା ଅନୁସାରେ ନିଜସ୍ୱ ନୂଆ ସାମାଜିକ ଗଣମାଧ୍ୟମ ଆରମ୍ଭ କଲେ ଡୋନାଲ୍ଡ ଟ୍ରମ୍ପ

ପୂର୍ବ ଘୋଷଣା ଅନୁସାରେ ନିଜସ୍ୱ ନୂଆ ସାମାଜିକ ଗଣମାଧ୍ୟମ ଆରମ୍ଭ କଲେ ଡୋନାଲ୍ଡ ଟ୍ରମ୍ପ

ପୂର୍ବ ଘୋଷଣା ଅନୁସାରେ ନିଜସ୍ୱ ନୂଆ ସାମାଜିକ ଗଣମାଧ୍ୟମ ଆରମ୍ଭ କଲେ ଡୋନାଲ୍ଡ ଟ୍ରମ୍ପ
କାଲିଫର୍ଣ୍ଣିଆ: ଦୁଇ ପ୍ରମୁଖ ସାମାଜିକ ଗଣମାଧ୍ୟମ ଫେସବୁକ ଓ ଟ୍ୱିଟରରୁ ନିଷିଦ୍ଧ ହେବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିି ଡୋନାଲ୍ଡ ଟ୍ରମ୍ପ ପୂର୍ବ ଘୋଷଣା ଅନୁସାରେ ନିଜସ୍ୱ ନୂଆ ସାମାଜିକ ଗଣମାଧ୍ୟମ ଆରମ୍ଭ କରିଛନ୍ତି । ଏହା ବାସ୍ତବରେ ତାଙ୍କ ୱେବସାଇଟ ର ଏକ ୱାର୍ଡପ୍ରେସ ବ୍ଲକ ଭାବେ ସ୍ଥାନ ପାଇଥିଲା ବେଳେ ଟ୍ୱିଟରରେ ଅବିକଳ ସଂସ୍କରଣ ବୋଲି କୁହାଯାଉଛି । ଏଥିରେ ତାଙ୍କ ବ୍ୟତୀତ ଦ୍ୱିତୀୟ ବ୍ୟକ୍ତି ଅନୁସରଣକାରୀ ନାହାନ୍ତି । ତେବେ ଟ୍ରମ୍ପଙ୍କ ଅନୁସରଣକାରୀ ବା ଫଲୋୟର୍ସ ସେମାନଙ୍କର ଇ-ମେଲ ଓ ଫୋନ ନମ୍ବର ସାହାଯ୍ୟରେ ଏଥିରେ ସଂଯୁକ୍ତ ହୋଇପାରିବା ବ୍ୟବସ୍ଥା ରହିଛି । ଟ୍ରମ୍ପଙ୍କ ପୂର୍ବତନ ସହଯୋଗୀ ବ୍ରାଡ ପାର୍ସକେଲଙ୍କ ଡିଜିଟାଲ ସେବା କମ୍ପାନୀ କ୍ୟାମ୍ପେନ ନୁ୍ୟକ୍ଲିୟସ ଦ୍ୱାରା ଏହି ନୂଆ ଗଣମାଧ୍ୟମ ସମ୍ପର୍କରେ ଖବର ପ୍ରକାଶ ପରେ ଫେସବୁକ ଓ ଟ୍ୱିଟର ଟ୍ରମ୍ପଙ୍କୁ ସ୍ଥାୟୀ ଭାବେ ନିଷିଦ୍ଧ କରିଛନ୍ତି । ରାଷ୍ଟ୍ରପତିି ନିର୍ବାଚନ ସମୟରେ ଟ୍ରମ୍ପଙ୍କ ବିବାଦୀୟ ବୟାନ ଓ ଜାନୁଆରୀ ୬ରେ ସଂସଦ ଭବନ ଉପରେ ଆକ୍ରମଣ ନେଇ ତାଙ୍କର ସମସ୍ତ ସାମାଜିକ ଗଣମାଧ୍ୟମକୁ ୪ ମାସ ପାଇଁ ନିଷିଦ୍ଧ କରାଯାଇଥିଲା ।