ପୁରୀରୁ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ପୁରୀରୁ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ପୁରୀରୁ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

 ଭୁବନେଶ୍ୱର:  ପୁରୀରୁ ଜବତ ହୋଇଛି ବ୍ରାଉନ୍‌ସୁଗାର। ବାସେଳିସାହି ପୁଲିସ  ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।  ତେବେ ସବୁଠାରୁ ବଡ଼ କଥା ହେଲା ଯେ ଗିରଫ ୨ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧୧ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୧୧ ହଜାର ଟଙ୍କା, ୯ଟି ମୋବାଇଲ ଓ ୨ଟି ବାଇକ ଜବତ କରାଯାଇଛି । 

ପ୍ରକାଶ ଯେ, ରାଜ୍ୟରେ କମୁନି ଧଳା ଜହର ବେପାର  । ବାରମ୍ବାର ଚଢଉ ପରେ ବି ବ୍ରାଉନସୁଗର ବେପାର ବେଧଡ଼କ ଚାଲୁଛି । ଏହି କାରବାରରେ ଲାଗିପାରୁନି ବ୍ରେକ ।  ପୁଲିସ ଠାରୁ ଆରମ୍ଭ କରି ଏସଟିଏଫ ଜୋରଦାର ଚଢଉ କରିଆସୁଥିଲେ ହେଁ  ନିଶା ମାଫିଆମାନଙ୍କ ଉପରେ ଏହାର ପ୍ରଭାବ ପଡ଼ୁନି ।