ପୁନର୍ବାର ପ୍ରମୋଦ ସାୱନ୍ତ ହେବେ ଗୋଆର ମୁଖ୍ୟମନ୍ତ୍ରୀ

ପୁନର୍ବାର ପ୍ରମୋଦ ସାୱନ୍ତ ହେବେ ଗୋଆର ମୁଖ୍ୟମନ୍ତ୍ରୀ

ପୁନର୍ବାର ପ୍ରମୋଦ ସାୱନ୍ତ ହେବେ ଗୋଆର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ସମସ୍ତ କଳ୍ପନାଜଳ୍ପନାର ଅନ୍ତଃ ହୋଇଛି। ଗୋଆର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ପ୍ରମୋଦ ସାୱନ୍ତ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ନରୋନ୍ଦ୍ର ସିଂହ ତୋମାର ଏବଂ ଏଲ୍‌ ମୁର୍ଗାନ ଗୋଆରେ ପର୍ୟ୍ୟବେକ୍ଷକ ଭାବେ ଯୋଗ ଦେଇ ଶ୍ରୀ ସାୱନ୍ତଙ୍କ ନାମରେ ମୋହର ମାରିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା। ଫଳରେ ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ସାୱନ୍ତ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ପୂର୍ବତନ ରକ୍ଷାମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପେରେ ଶ୍ରୀ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ। ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ଗୋଆରେ କଡ଼ା ଟକ୍କରର ସମୁଖୀନ ହୋଇଥିଲେ ମଧ୍ୟ ୨୦୧୭ ଅପେକ୍ଷା ଅଧିକ ଆସନ ହାସଲ କରିଛି। ଦଳ ୪୦ ସଦସ୍ୟ ବିଶିଷ୍ଟ ଏହି ବିଧାନସଭାରେ ୨୦ଟି ଆସନରେ ବିଜୟ ହୋଇଛି। ସରକାର ଗଠନ କରିବାକୁ ଆଉ ଗୋଟିଏ ଆସନର ଆବଶ୍ୟକ ରହିଥିବା ବେଳେ ଦଳକୁ ୩ ସ୍ବାଧୀନ ଏବଂ ଏମ୍‌ଜିପିର ୨ ବିଧାୟକ ସମର୍ଥନ ଘୋଷଣା କରିଛନ୍ତି। ଫଳରେ ଗୋଆରେ ବିଜେପି ସରକାର ଗଠନ ପଥ ପରିସ୍କାର ହୋଇଛି।