ଏଲପିଜି ଦାମ ଭୁବନେଶ୍ୱରରେ ୯୭୬

ଏଲପିଜି ଦାମ ଭୁବନେଶ୍ୱରରେ ୯୭୬

ଏଲପିଜି ଦାମ ଭୁବନେଶ୍ୱରରେ ୯୭୬

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କ ଉପରେ ପୁଣି ମହଙ୍ଗା ମାଡ । ପେଟ୍ରୋଲ ଓ ଡିଜେଲ ଦାମ୍ ସହ ଘରୋଇ ସିଲିଣ୍ଡର ଦାମ୍ ବି ବଢିଛି। ୧୪.୨ କେଜି ଘରୋଇ ସିଲିଣ୍ଡର ଦାମ୍ ମଙ୍ଗଳବାର ସିଲିଣ୍ଡର ପିଛା ୫୦ ଟଙ୍କା ଲେଖାଏ ବଢିଛି ।
ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ ପୂର୍ବରୁ ୮୯୯.୫୦ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କାରେ ପହଞ୍ଚିଛି । ସେହିପରି ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡର ଦାମ୍ ପୂର୍ବରୁ ୯୨୬ ଟଙ୍କା ଥିବା ବେଳେ ଏବେ ତାହା ୯୭୬ ଟଙ୍କାରେ ପହଞ୍ଚିଛି  ।  ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସିଲିଣ୍ଡର ଦାମ ୯୮୭.୫ ଟଙ୍କା ରହିଛି । ପାଟଣାରେ ସିଲିଣ୍ଡର ପିଛା ଦାମ୍ ୧୦୦୦ ଟଙ୍କା ପାର୍ କରିଛି । ପୂର୍ବରୁ ଏଠାରେ ସିଲିଣ୍ଡର ପିଛା ୯୯୮ ଟଙ୍କା ଥିବା ବେଳେ ତାହା ୧୦୩୯.୫ରେ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ଏଲପିଜି ସିଲିଣ୍ଡର ପିଛା ଦାମ୍ ପୂର୍ବରୁ ୮୯୯.୫ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କାରେ ପହଞ୍ଚିଛି ।  ଚେନ୍ନାଇରେ ପୂର୍ବରୁ ସିଲିଣ୍ଡର ପିଛା ଦାମ୍ ୯୧୫.୫ ଟଙ୍କା ରହିଥିଲା । ଏବେ ତାହା ୯୬୫.୫ ଟଙ୍କାରେ ପହଞ୍ଚିଛି । ଶେଷ ଥର ପାଇଁ ଗତ ଅକ୍ଟୋବର ୬ ତାରିଖରେ ଘରୋଇ ସିଲିଣ୍ଡର ଦାମ୍ ବଢିଥିଲା । ଏହାପରେ ଗତକାଲି ମଧ୍ୟ ରାତିରୁ ଏହି ନୂଆ ଦର ଲାଗୁ ହୋଇଛି । ତେଣୁ ଏକା ସାଙ୍ଗରେ ମହଙ୍ଗା ମାଡ ଯୋଗୁ ଗ୍ରାହକ ଅତିଷ୍ଠ ହୋଇପଡିଛନ୍ତି । ପେଟ୍ରୋଲ ଓ ଡିଜେଲ  ଦର ବଢିବା  ସହ ଗ୍ୟାସ୍ ଦର ବଢିବା ଯୋଗୁ ଅନ୍ୟାନ୍ୟ ସାମଗ୍ର୍ରୀ ଦର ବଢିବା ଆଶଙ୍କା ଦେଖା ଦେଇଛି ।