ପାହାଡ଼ରେ ପିଟିହେଲା ଯାତ୍ରୀବାହୀ ବିମାନ, ଜଳିଗଲା ଜଙ୍ଗଲ
ପାହାଡ଼ରେ ପିଟିହେଲା ଯାତ୍ରୀବାହୀ ବିମାନ, ଜଳିଗଲା ଜଙ୍ଗଲ
ବେଜିଂ : ଚାଇନାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଇଷ୍ଟର୍ଣ୍ଣ ବୋଇଂ ୭୩୭ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।। ଗୁଆଙ୍ଗକି ପ୍ରଦେଶର ତେଙ୍ଗାକ୍ସିଆନର ଏକ ପାର୍ବ୍ୟାତାମାଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ ଜଙ୍ଗଲରେ ବି ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି ।
ଚାଇନା ବେସାମରିକ ବିମାନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଭାରତୀୟ ସମୟ ଦିନ ୧ଟା ୧୧ରେ ବିମାନଟି ୧୩୨ ଜଣ ଯାତ୍ରୀଙ୍କୁ ନେଇ କୁନମିଙ୍ଗରୁ ଉଡ଼ାଣ ଭରିଥିଲା । ତେବେ ଦିନ ୨ଟା ୨୨ରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସେତେବେଳେ ବିମାନଟି ୩୨୨୫ ଫୁଟ ଉଚ୍ଚରେ ରହିଥିଲା । ଦିନ ୩ଟା ୫ରେ ଏହା ଗୁଆଙ୍ଗଝୋଉରେ ପହଁଚିବାର ଥିଲା ।
ଏହି ଇ-୧୭୯୧ ବିମାନଟି ୭୩୭-୮୯ପି ମଡେ଼ଲର । ୨୦୧୦ ମସିହା ପରେ ପ୍ରଥମ ଥର ପାଇଁ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଏଭଳି ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛିଯେ, ଅନେକ ଲୋକ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି । ବିମାନରେ ୧୨୩ ଜଣ ଯାତ୍ରୀ ଓ ୯ ଜଣ କ୍ରିଉ ମେମ୍ବର ଥିଲେ । ଏବେ ଉଦ୍ଧାର କାର୍ୟ୍ୟ ଜାରିରହିଛି ।




admin 