ପୁଣି ୧୭ରେ ଘୂର୍ଣ୍ଣିର୍ବଳୟ

ପୁଣି ୧୭ରେ ଘୂର୍ଣ୍ଣିର୍ବଳୟ

ପୁଣି ୧୭ରେ ଘୂର୍ଣ୍ଣିର୍ବଳୟ


ଭୁବନେଶ୍ୱର: ବର୍ଷା ବିପôାତ ସରିନି । ଆସନ୍ତାକାଲି ସକାଳ ଯାଏ ବର୍ଷା ଲାଗି ରହିବ । ବିଶେଷ କରି ମହାନଦୀ ତଳମୁଣ୍ଡ ଅଂଚଳରେ ପ୍ରବଳ ବର୍ଷା ହେବ । ଏଭଳି ସ୍ଥିିତିରେ ଭାରତୀୟ ପାଣିପାଗ ବିଭାଗ ମହାନିଦେ୍ର୍ଧଶକ ଓଡ଼ିଆ ବୈଜ୍ଞାନିକ ଡକ୍ଟର ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତାଲିଠାରୁ ବର୍ଷା କମିବ । କେବଳ ଛତିଶଗଡ଼ ସୀମା ନିକଟବର୍ତ୍ତି ଜିଲ୍ଲାରେ ବର୍ଷା ଅଧିକ ହୋଇପାରେ । ତେବେ ୧୭ ତାରିଖବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ପୁଣି ୧୭ରୁ ବର୍ଷା ବଢ଼ିବ ବୋଲି ସେ ଆକଳନ କରିଛନ୍ତି ।

  କେତେକ ପାଣିପାଗ ବିଜ୍ଞାନୀଙ୍କ ଆକଳନ ହେଲା, ୧୮ ତାରିଖବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ୨୦ କିମ୍ବା ୨୧ ତାରିଖରେ ଲଘୁଚାପ ରୂପ ନେବ । ଏବେର ଲଘୁଚାପଠାରୁ ସାମାନ୍ୟ ଦୁର୍ବଳ ରହିବ । ତଥାପି ରାଜ୍ୟରେ ବର୍ଷା ବଢ଼ାଇବ ।

  ଆଜି ଉପକୂଳଠାରୁ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି । ୨୬ଟି ବ୍ଲକରେ ଗତ ୨୪ ଘଣ୍ଟାରେ ୨୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି । ୨୪ ଘଣ୍ଟାରେ ଅସ୍ତରଙ୍ଗରେ ୫୩୦ ମିଲିମିଟର, କାକଟପୁରରେ ୫୨୫, ବାଲିକୁଦାରେ  ୪୪୦, କଣ୍ଟାପଡ଼ାରେ ୩୮୧, ନିଆଳିରେ ୩୭୦, ନୂଆଗାଁରେ ୩୮୦, ରଘୁନାଥପୁରରେ ୩୨୩, ପୁରୀରେ ୩୫୨, ଗୋପରେ ୩୩୧, ସତ୍ୟବାଦୀରେ ୩୨୮, ନିମାପଡ଼ାରେ ୩୦୨ ମିମି ବର୍ଷା ଢାଳିଛି । ଏମିତି ବର୍ଷ ହୋଇଛି ବିଗତ ବର୍ଷମାନଙ୍କର ରେକର୍ଡ ଭାଙ୍ଗି ଦେଇଛି । ପୁରୀରେ ଗତ ୨୪ ଘଣ୍ଟାର ବର୍ଷା ୮୭ ବର୍ଷର ରେକର୍ଡ ଭାଙ୍ଗିଥିବାବେଳେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗି ୨୪ ଘଣ୍ଟାରେ ୨୦୦ ମିମିରୁ ଅଧିକ ବର୍ଷା ଛେଚିଛି ।