ପୁଣି ହସ୍ପିଟାଲ ବାରଣ୍ଡାରେ ପ୍ରସବ

ପୁଣି ହସ୍ପିଟାଲ ବାରଣ୍ଡାରେ ପ୍ରସବ

ପୁଣି ହସ୍ପିଟାଲ ବାରଣ୍ଡାରେ ପ୍ରସବ
ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଜଣେ ମହିଳା ପ୍ରସବ କରିଛନ୍ତି । ଡାକ୍ତର କଟକ ରେଫର କରିବା ପରେ ମହିଳା ଜଣକ ଡାକ୍ତରଖାନାର ବାରଣ୍ଡାରେ ପ୍ରସବ କରିଛନ୍ତି । ବାରଣ୍ଡାରେ ଯମଜ କନ୍ୟା ସନ୍ତାନ ପ୍ରସବ କରିବା ପରେ ଉତ୍ତେଜନା ଦେଖାଦେଇଛି । ପ୍ରକାଶ ଯେ, ଆଜି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତଳଡୁମୁକା ଗ୍ରାମର ଜଣେ ପ୍ରସୂତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଡମିଶନ ହୋଇଥିଲେ । ତେବେ ଅବସ୍ଥା ଗୁରୁତର କହି ଡାକ୍ତର ତାଙ୍କୁ କଟକ ରେଫର କରିଦେଇଥିଲେ । ଗର୍ଭ ଯନ୍ତ୍ରଣା ହେଉଥିବା ବେଳେ ପ୍ରସୂତି ୱାର୍ଡରୁ ବାହାରକୁ ଆସିଥିଲେ । ବାହାରକୁ ଆସିବା କ୍ଷଣି ବାରଣ୍ଡାରେ ଯମଜ କନ୍ୟା ପ୍ରସବ କରିଥିଲେ । ତେବେ ପ୍ରସବବେଳେ କେହି ଡାକ୍ତର ଓ ନର୍ସ ଆସିନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ମହିଳାଙ୍କ ସହଯୋଗରେ ପ୍ରସୂତିଙ୍କ ଶାଶୂ ପ୍ରସବ କରାଇଥିଲେ । ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିବା ପରେ ମହିଳାଙ୍କୁ ୱାର୍ଡକୁ ନିଆଯାଇଥିଲା । ପ୍ରକାଶ ଯେ, ଆଜି ୫-ଟି ସଚିବ ଭି.କେ ପାଣ୍ଡିଆନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସଚିବଙ୍କ ପାଇଁ ବ୍ୟସ୍ତ କର୍ତ୍ତୃପକ୍ଷ ପ୍ରସୂତିଙ୍କୁ କଟକ ରେଫର କରିଦେଇଥିବା ଚର୍ଚ୍ଚା ହେଉଛି । ତେବେ ଖବର ଲେଖା ସୁଦ୍ଧା ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପରିଚୟ ମିଳିପାରିନାହିଁ ।