ପୁଣି ବ୍ୟାପୁଛି କରୋନା! ରାଜ୍ୟ ଖଣି ଓ ଇସ୍ପାତ ବିଭାଗରେ ୧୫ ସଂକ୍ରମିତ

ପୁଣି ବ୍ୟାପୁଛି କରୋନା! ରାଜ୍ୟ ଖଣି ଓ ଇସ୍ପାତ ବିଭାଗରେ ୧୫ ସଂକ୍ରମିତ

ପୁଣି ବ୍ୟାପୁଛି କରୋନା! ରାଜ୍ୟ ଖଣି ଓ ଇସ୍ପାତ ବିଭାଗରେ ୧୫ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣା କେହାଳ କରୁଛନ୍ତି ସରକାର। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ପର୍ୟ୍ୟାୟକ୍ରମେ ଖୋଲୁଛି। କିଛି ଦିନ ହେବ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅନେକ ସ୍ଥାନରେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । 

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଷ୍ଟିଲ ଓ ମାଇନ୍ସ ବିଭାଗର ୧୫ଜଣ କରୋନା ସଂକ୍ରମିତ ହୋଇଥିବା ନେଇ ବୁଧବାର ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ତେବେ ଏହି ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୪୮ ଘଣ୍ଟା ପାଇଁ ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗକୁ ବନ୍ଦ କରିଦିଆଯାଇଛି। କିପରି କୋଭିଡ ଅଧିକ ସଂକ୍ରମିତ ନହେବ, ସେଥିପାଇଁ ବିଭାଗର ସବୁସ୍ଥାନକୁ ସାନିଟାଇଜେସନ୍ କରାଯାଇଛି। ୧୮ତାରିଖ ଠାରୁ ବିଭାଗୀୟ କାର୍ୟ୍ୟ ପୂର୍ବଭଳି ଚାଲିବ । ଯେଉଁ କର୍ମଚାରୀ ଅଫିସ୍ ନଆସିବେ, ସେମାନେ ଘରେ ରହି ସରକାରୀ କାମ କରିବେ। ଏଥିଲାଗି ସେମାନେ ନୋଟିସ୍ ଦେଇ ରହିପାରିବେ। ସବୁ ସମୟରେ ଟେଲିଫୋନ୍ ଖୋଲା ରଖି ଯୋଗାଯୋଗରେ ରହିବା ପାଇଁ ପ୍ରସ୍ତୁତ ରହିବେ। ଏହାସହ ସେମାନଙ୍କୁ ରୋଷ୍ଟର ଡୁ୍ୟଟି ପ୍ରସ୍ତୁତ କରିବା ପାଇଁ ମଧ୍ୟ କୁହାଯାଇଛି ।