୬ ବର୍ଷର ଶିଶୁର ତଣ୍ଟି କାଟି ହତ୍ୟା

୬ ବର୍ଷର ଶିଶୁର ତଣ୍ଟି କାଟି ହତ୍ୟା

୬ ବର୍ଷର ଶିଶୁର ତଣ୍ଟି କାଟି ହତ୍ୟା

କଲ୍ୟାଣସିଂହପୁର: ୬ ବର୍ଷର ଶିଶୁ କ’ଣ ଦୋଷ କରିଥିଲା କେଜାଣି, ତାର ତଣ୍ଟି କାଟିଦେଲେ। ପରେ ମୃତଦେହକୁ ଘର ବାରି ପଟେ ଫୋପାଡ଼ି ଦେଇଛନ୍ତି। ଏମିତି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି କାଶିପୁର ଥାନା ମାଣ୍ଡିବିଶି ଗାଁରେ। ଶିଶୁଟିର ତଣ୍ଟିକାଟିବା ପରେ ତା’ର ମୃତଦେହକୁ ଘର ବାଡ଼ିପଟେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ।

ଗୁରୁବାର ଅପରାହ୍ନ ୪ଟାରୁ ଶିଶୁଟି ନିଖୋଜ ଥିଲା। ବହୁ ଖୋଜାଖୋଜି କରିବା ପରେ ତାଙ୍କ ଘରର ବାରି ପଛ ପଟେ ଶିଶୁଟିର ଗଳାକଟା ମୃତଦେହ ଦେଖିଥିଲେ ପିତା। ଶିଶୁଟିର ବାପା ଏ ନେଇ କାଶୀପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଆଜି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବ ବୋଲି ଜଣାପଡିଛି।