ପୁଣି ଜଣେ କୋଭିଡ୍ ଆକ୍ରାନ୍ତଙ୍କ ଆତ୍ମହତ୍ୟା

ପୁଣି ଜଣେ କୋଭିଡ୍ ଆକ୍ରାନ୍ତଙ୍କ ଆତ୍ମହତ୍ୟା

ପୁଣି ଜଣେ କୋଭିଡ୍ ଆକ୍ରାନ୍ତଙ୍କ ଆତ୍ମହତ୍ୟା
ବିଜେପୁର : କରୋନାର କରାଳରେ ଉଜୁଡ଼ି ଯାଉଛି କେତେ ସଂସାର । ପ୍ରତିଦିନ ସାମ୍ନାକୁ ଆସୁଛି ହୃଦୟ ବିଦାରକ ଦୃଶ୍ୟ । ପୁଣି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଲାଉମୁଣ୍ଡା ପଞ୍ଚାୟତ ସାତବନ୍ଧ ଗ୍ରାମରେ । କରୋନା ଆତଙ୍କ ୨୪ ଘଣ୍ଟା ମଧ୍ୟରେ ଏହି ଗାଁର ଏକ ଦମ୍ପତିଙ୍କ ଜୀବନ ନେଇଛି । ପ୍ରକାଶ ଯେ, ସାତବନ୍ଧା ଗ୍ରାମର ଅର୍ଜୁନ ମେହେର (୭୩) ଓ ତାଙ୍କ ସ୍ତ୍ରୀ ଚହଳ ମେହେର କିଛି ଦିନ ତଳେ ଜ୍ୱର ହୋଇଥିବାରୁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ଉଭୟଙ୍କ ପରୀକ୍ଷା ପରେ କେବଳ ଅର୍ଜୁନ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ମାତ୍ର କୌଣସି କାରଣରୁ ଚହଳଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅର୍ଜୁନ ସେଠାରୁ ଔଷଧ ନେଇ ଘରକୁ ଆସିଥିଲେ । କିନ୍ତୁ ସେ ମାନସିକ ଭାରସାମ୍ୟ ହରାଇ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ବିଜେପୁର ପୁଲିସ ମାମାଲା ରୁଜୁ କରି ଶନିବାର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଥିଲା । ଅନ୍ୟପକ୍ଷରେ ବୁର୍ଲା ମେଡିକାଲରେ ଚହଳଙ୍କ ମୃତୁ୍ୟ ଘଟିଛି । ଶନିବାର ସକାଳୁ ସମଲେଇପଦର ପାର୍ବତୀ ଗିରି ବୃଦ୍ଧାଶ୍ରମର ମୁଖ୍ୟ ଜଳନ୍ଧର ପଟେଲ, ନିଷ୍ଠା ପରିବାରର ମାନସ ମେହେର, ଦୟାନିଧି ଷଡ଼ଙ୍ଗୀ, ସଂକେତ ଆଠଘରା ଶବ ସକ୍ରାର କରିଥିଲେ ।