ଶବକୁ କାନ୍ଧରେ ବୋହି ମଶାଣିକୁ ନେଲେ ଛେଣ୍ଡିପଦା ବ୍ଲକର ବିଡିଓ, ଏହି ଘଟଣାଟି ଜାଣିଲେ ହୃଦୟ ତରଳି ଯିବ
ଶବକୁ କାନ୍ଧରେ ବୋହି ମଶାଣିକୁ ନେଲେ ଛେଣ୍ଡିପଦା ବ୍ଲକର ବିଡିଓ, ଏହି ଘଟଣାଟି ଜାଣିଲେ ହୃଦୟ ତରଳି ଯିବ
admin
May 9, 2021 - 08:47
Updated: May 9, 2021 - 08:47
ଛେଣ୍ଡିପଦା : ମହାମାରୀ କରୋନା ଏବେ ସାରା ସମାଜକୁ ଭୟ, ଆଶଙ୍କା ଓ ହତାଶାରେ ଡୁବାଇ ଦେଇଛି । ଏ ପରିସ୍ଥିତିରେ କିନ୍ତୁ ଯାହା ଆଶାର କିରଣ ସାଜିଛି, ତାହା ହେଉଛି ଅନ୍ୟର ଦୁଃଖ ପ୍ରତି ଦରଦ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଏହିପରି ଏକ ଘଟଣା ଅଞ୍ଚଳରେ ଖୁସିର ମାହୋଲ ଖେଳାଇ ଦେଇଛି । ଶବଟିଏ ଘରେ ୧୬ ଘଣ୍ଟା ଧରି ପଡ଼ିରହିଥିଲା । କରୋନା ଡରରେ ବନ୍ଧୁକୁଟୁମ୍ବ ତାକୁ ଛୁଇଁଲେ ନାହିଁ । ଏହା ଜାଣିବା ପରେ ଖୋଦ ବିଡିଓ ପହଞ୍ଚି ଶବକୁ କାନ୍ଧରେ ବୋହି ମଶାଣିକୁ ନେଇଥିଲେ । ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ ବାହାଳସାହି ପଞ୍ଚାୟତ ଗୋହିରାପଶି ଗାଁର ଗୋବିନ୍ଦ ମାଝି(୬୮) ଜଣେ ଅତି ଗରିବ ଶ୍ରେଣୀର ବ୍ୟକ୍ତି । ଏକମାତ୍ର ପୁଅ ମୁନାଙ୍କ ସହଯୋଗରେ ଚାଷବାସ କରି ପରିବାର ଚଳାନ୍ତି । ୫ ଦିନ ତଳେ ସେ ଜ୍ୱରେର ଆକ୍ରାନ୍ତ ହୋଇଥିଲେ । ଘରେ ରହି ତାଙ୍କର ଚିକିତ୍ସା କରାଯାଉଥିଲା । ଗତକାଲି ସଂଧ୍ୟା ପ୍ରାୟ ୭ଟାବେଳେ ଭୀଷଣ ଜ୍ୱର ସାଙ୍ଗକୁ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କର ମୃତୁ୍ୟ ଘଟିଥିଲା । କରୋନାରେ ତାଙ୍କର ମୃତୁ୍ୟ ଘଟିଥିବା ଆଶଙ୍କାକରି ସାହିପଡେ଼ାଶୀ, ଗ୍ରାମବାସୀ ଶବ ସଂସ୍କାର ପାଇଁ ଆସିଲେ ନାହିଁ । ମୃତ ଗୋବିନ୍ଦଙ୍କ ପନôୀ ମନେ୍ଦାଦରୀ ମଧ୍ୟ ଚାରିଦିନ ହେଲା ଜ୍ୱରରେ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ଏକମାତ୍ର ପୁଅ ମୁନା ମଧ୍ୟ ବାପାଙ୍କ ମୃତଦେହ ଛୁଇଁବାକୁ ଡରିଲେ । କେବଳ ସେତିକି ନୁହେଁ, ପୁଅ ମୁନାଙ୍କ ପତ୍ନୀ ଜଣେ ଆଶା କର୍ମୀ ହୋଇଥିଲେ ହେଁ ସେ ମଧ୍ୟ ଶ୍ୱଶୁରଙ୍କ ମୃତଦେହର ପାଖ ମାଡ଼ିଲେ ନାହିଁ । ଘରେ ୧୬ ଘଣ୍ଟା ଧରି ଶବ ପଡ଼ିରହିଲା । ଶନିବାର ସକାଳେ ସ୍ଥାନୀୟ ସରପଞ୍ଚ ନାରାୟଣ ବେହେରା ଏ ସଂକ୍ରାନ୍ତରେ ଛେଣ୍ଡିପଦା ଥାନାକୁ ଜଣାଇ ପ୍ରଶାସନର ସହାୟତା ଲୋଡ଼ିଥିଲେ । ବିଡିଓ ସଞ୍ଜୟ ଆଚାର୍ଯ୍ୟ ଏହା ଜାଣିବା ପରେ ଦିନ ୧୧ଟାବେଳେ ଗାଁରେ ପହଞ୍ଚିଥିଲେ । ଶବ ସଂସ୍କାର ପାଇଁ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ସହଯୋଗ କରି ନଥିଲେ । ଶେଷରେ ବିଡିଓ ଶ୍ରୀ ଆଚାର୍ଯ୍ୟ, ସରପଞ୍ଚ ଶ୍ରୀ ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଭୟ ପ୍ରଧାନ ଓ ପୁଅ ମୁନା ପିପିଇ କିଟ ପିନ୍ଧି ଶବ କାନେ୍ଧଇ ନେଇ ମଶାଣିରେ ସଂସ୍କାର କରିଥିଲେ । ବିଡିଓଙ୍କର ଏହି ମାନବିକତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।