ପୁଣି କମିଲା ଏଲପିଜି ଦର

ପୁଣି କମିଲା ଏଲପିଜି ଦର

ପୁଣି କମିଲା ଏଲପିଜି ଦର
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଲକଡାଉନ ଚାଲିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଲପିଜି ଉପଭୋକ୍ତାଙ୍କୁ ମିଳିଛି ଆଶ୍ୱସ୍ତି । ଅନ୍ତର୍ଜାତୀୟ ବଜାରରେ ଦର କମିବା ଫଳରେ ତୈଳ ବିପଣନ କମ୍ପାନୀ ଗୁଡ଼ିକ ଶୁକ୍ରବାର ଅଣ ସବସିଡି ରନ୍ଧନ ଗ୍ୟାସ ଦରରେ ୧୬୨ ଟଙ୍କା ହ୍ରାସ କରିଛନ୍ତି । ନୂଆ ଦର ପ୍ରଭାବୀ ହୋଇଛି । ଏଯାବତ ଏହା ରେକର୍ଡ ହ୍ରାସ । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଅଣ-ସବସିଡି ଗ୍ୟାସ ଦର ୧୬୨.୫୦ ଟଙ୍କା ହ୍ରାସ ପାଇଛି । ପୂର୍ବରୁ ଏହା ୭୪୪ ଟଙ୍କା ଥିବା ବେଳେ ଏବେ ୫୮୧.୫୦ ଟଙ୍କାକୁ ଖସିଆସିଛି । ସରକାର ଏଲପିଜି ଉପଭୋକ୍ତାଙ୍କୁ ଏକ ଆର୍ଥିକ ବର୍ଷରେ ୧୨ଟି ସିଲିଣ୍ଡରକୁ ସବସିଡି ଦରରେ ଦେଇଥାନ୍ତି । ଏହା ବାଦ ଆବଶ୍ୟକ ହେଲେ ଗ୍ରାହକଙ୍କୁ ବଜାର ଦରରେ ଏହାକୁ ଯୋଗାଇ ଦିଆଯାଇଥାଏ । କ୍ରମାଗତ ତୃତୀୟ ମାସ ପାଇଁ ସରକାର ଅଣ-ସବସିଡି ଏଲପିଜି ଦରରେ ହ୍ରାସ କରିଛନ୍ତି । ଅଢ଼େଇ ମାସରେ ଏଲପିଜି ଦର ୨୭୭ ଟଙ୍କା ଶସ୍ତା ହୋଇଛି ।