ପୁଡୁଚେରୀରେ ଜାରି ହେବ ରାଷ୍ଟ୍ରପତି ଶାସନ

ପୁଡୁଚେରୀରେ ଜାରି ହେବ ରାଷ୍ଟ୍ରପତି ଶାସନ

ପୁଡୁଚେରୀରେ ଜାରି ହେବ ରାଷ୍ଟ୍ରପତି ଶାସନ
ନୂଆଦିଲ୍ଲୀ: ରାଜନୈତିକ ସଙ୍କଟ ଜାରି ରହିଥିବା ପୁଡୁଚେରିରେ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରପତି ଶାସନ ଲାଗୁ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ କଂଗ୍ରେସ ନେତୃତ୍ୱଧୀନ ସରକାର ଆସ୍ଥା ଭୋଟ ହାରିବା ପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟର ଏହି ନିଷ୍ପତିକୁ ଘୋଷଣା କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି, ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀଙ୍କ ଇସ୍ତଫା ପରେ କୌଣସି ଦଳ ସରକାର ଗଠନ ପାଇଁ ଦାବି ନ କରିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଚଳିତ ସପ୍ତାହ ଆରମ୍ଭରେ ଭି ନାରାୟଣସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଆସ୍ଥା ଭୋଟ ହାରିବା ପରେ ଉପରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ । କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।