ପୁଅ ଝିଅ ଆକ୍ରାନ୍ତ ମାଆଙ୍କୁ ଚିକିତ୍ସା ନ କରାଇ ଘରୁ ବାହାର କରିଦେବା ପରେ ମହିଳା ରାସ୍ତାରରେ ଛଟପଟ ହୋଇ ପ୍ରାଣ ହରାଇଲେ

ଲକ୍ଷ୍ନୌ,: କରୋନା ସଂକ୍ରାନ୍ତ ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୁଅ ଝିଅ ଆକ୍ରାନ୍ତ ମାଆଙ୍କୁ ଚିକିତ୍ସା ନ କରାଇ ଘରୁ ବାହାର କରିଦେବା ପରେ ମହିଳା ରାସ୍ତାରରେ ଛଟପଟ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି । ମହିଳାଙ୍କ ମୃତୁ୍ୟର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଉତ୍ତରପ୍ରଦେଶର କାନପୁର କାଣ୍ଟନମେଣ୍ଟ ଥାନା ଅଞ୍ଚଳରେ କରୋନା ଆକ୍ରାନ୍ତ ହେବା ପରେ ଜଣେ ମହିଳାଙ୍କୁ ନିଜ ପୁଅ ଘରୁ ବାହାର କରିଦେଇଥିଲା । ଝିଅ ଓ ଜ୍ୱାଇଁ ମଧ୍ୟ ତାଙ୍କୁ ଘରେ ପୂରାଇ ନ ଥିଲେ । ରାସ୍ତାରେ ପଡ଼ି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବା ପରେ ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା; କିନ୍ତୁ ଡାକ୍ତରଖାନାରେ ପହଞ୍ଚିବାର କିଛି ସମୟ ପରେ ମହିଳା ଆଖୁ ବୁଜିଥିଲେ । ପରିତାପର ବିଷୟ ହେଉଛି ଯେ କିଛି ଲୋକ ରାସ୍ତାରେ ପଡ଼ିଥିବା ମହିଳାଙ୍କ ଭିଡିଓ ଉତ୍ତୋଳନ କରିଥିଲେ; କିନ୍ତୁ ସହାୟତା ପାଇଁ ଆଗେଇ ଆସି ନ ଥିଲେ । ଏମିତି କି ମୃତଦେହ ନେବା ପାଇଁ ପରିବାରର କେହି ଆସି ନ ଥିଲେ । ତଦନ୍ତରୁ ପୁଅ ହିଁ ମହିଳାଙ୍କୁ ରାସ୍ତାରେ ଛାଡ଼ି ପଳାଇଥିବା ଜଣାପଡ଼ିଛି । ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସ୍ଥାନୀୟ ଡିସିପି ଅନୁପ ସିଂ ।