କରୋନା ପାଇଁ ବିଧାୟକ ପାଣ୍ଠି ଦେଲେ ନବୀନ ଓ ବବି
କରୋନା ପାଇଁ ବିଧାୟକ ପାଣ୍ଠି ଦେଲେ ନବୀନ ଓ ବବି
admin
Mar 25, 2020 - 08:36
Updated: Mar 25, 2020 - 08:36
ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ଏବେ ରାଜ୍ୟ ସରକାର ଅଂଟା ଭିଡ଼ିଛନ୍ତି । ସାରା ରାଜ୍ୟରେ ଲକ ଡାଉନ ମଧ୍ୟ କରାଯାଇଛି । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାର ମୁକାବିଲା ପାଇଁ ଆର୍ଥିକ ସହାୟତା ଲୋଡ଼ିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନିଜର ୩ ମାସ ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଯାହାକୁ ଦେଖି ଏବେ ବିଜେଡ଼ି ବିଧାୟକ ଓ ସାଂସଦମାନେ ମଧ୍ୟ ୩ ମାସର ଦରମା ପ୍ରଦାନ କରୁଛନ୍ତି । ତେବେ ଆଉ ପାଦେ ଆଗକୁ ଯାଇ ନବୀନ ନୂଆ ଉଦାହରଣ ସୃଷ୍ଟି କରିଛି । ନିଜର ଏମଏଲଏ ଲ୍ୟାଡ଼ ପାଣ୍ଠିକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛନ୍ତି । ନିଜ ହିଂଜିଳି ନିର୍ବାଚନମଣ୍ଡଳୀରେ କରୋନା ମୁକାବିଲା ନିମନ୍ତେ ଏମଏଲଏ ଲ୍ୟାଡ଼ ଅର୍ଥ ଖର୍ଚ୍ଚ କରିବାକୁ ସେ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷର ଏହି ବିଧାୟକ ପାଣ୍ଠି ଏବେ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ ହେବ । ଅପରପକ୍ଷରେ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ଗ୍ରହଣ କରି ନିଜର ବିଧାୟକ ପାଣ୍ଠି ପ୍ରଦାନ କରିଛନ୍ତି । ତାଙ୍କ ବିଧାୟକ ପାଣ୍ଠି ଯାଜପୁରରେ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯିବ । ନବୀନ ପଟ୍ଟନାୟକ ଓ ବବି ଦାସ ନୂଆ ଉଦାହରଣ ସୃଷ୍ଟି କରିଥିବାବେଳେ ଅନ୍ୟ ବିଧାୟକମାନେ ମଧ୍ୟ ଆଗେଇ ଆସିବେ ବୋଲି ଜାଣିବାକୁ ମିଳିଛି । ସେହିପରି ସାଂସଦ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି ।