ଛାତ୍ରୀଙ୍କୁ ୬ ବର୍ଷ ଧରି ଦୁଷ୍କର୍ମ : ଅଧ୍ୟାପକ ଗିରଫ

ଛାତ୍ରୀଙ୍କୁ ୬ ବର୍ଷ ଧରି ଦୁଷ୍କର୍ମ : ଅଧ୍ୟାପକ ଗିରଫ

ଛାତ୍ରୀଙ୍କୁ ୬ ବର୍ଷ ଧରି ଦୁଷ୍କର୍ମ : ଅଧ୍ୟାପକ ଗିରଫ
ଆସିକା: ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକ ଗିରଫ ହୋଇଛି । ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ୬ ବର୍ଷ ଧରି ଦୁଷ୍କର୍ମ ଅଭିଯୋଗ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସୋରଡା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ । ଛାତ୍ରୀ ଜଣକ ଅଧ୍ୟାପକ ଘରକୁ ୨୦୧୪ରେ ଟିଉସନ ହେବାକୁ ଯାଉଥିଲେ । ନବମରେ ଟିଉସନ ପଢିବାକୁ ଯାଉଥିବା ବେଳେ ଦୁଷ୍କମୟର ଶିକାର ହୋଇଛନ୍ତି । ବହୁଥର ଦୁଷ୍କର୍ମ ସହ ଅଶ୍ଳୀଳ ଫଟୋ , ଭିଡିଓ ଉତୋଳନ ଅଧ୍ୟାପକ କରିଥିଲେ । ଫଟୋ ଭାଇରାଲ ଧମକ ଦେଇ ବର୍ଷ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ । ତେବେ ଛାତ୍ରୀ ଜଣକ ଆଉ ରାଜି ନହେବାରୁ ଅଧ୍ୟାପକ ଭିଡିଓକୁ ଭାଇରାଲ କରିଥିଲେ । ଏନେଇ ଆସିକା ଥାନାରେ ଅଭିଯୋଗ ପରେ ଅଧ୍ୟାପକଙ୍କୁ ଗିରଫ କଲା ପୋଲିସ ।