ପିୟୂଷ ଗୋଏଲ ଆସିବେ କି ବ୍ରଜରାଜନଗର

ପିୟୂଷ ଗୋଏଲ ଆସିବେ କି ବ୍ରଜରାଜନଗର

ପିୟୂଷ ଗୋଏଲ ଆସିବେ କି ବ୍ରଜରାଜନଗର

ଭୁବନେଶ୍ୱର: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ସରଗରମ ହେଉଛି ରାଜ୍ୟ ରାଜନୀତି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ରାଜନୈତିକ ଗୁଟିଚାଳନା ଆରମ୍ଭ କରିଛନ୍ତି। ଏହାରି ଭିତରେ ନାମାଙ୍କନ ପତ୍ର ଦାଖଲଠୁ ନେଇ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇ ସାରିଛି। ଅନ୍ୟପଟେ କଂଗ୍ରେସ ଆଗୁଆ ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିସାରିଛି। ଏବେ ବିଜେପି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ସଭାପତି ସମୀର ମହାନ୍ତିଙ୍କ ସହ ୫ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି।

ତେବେ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଛି। ଏମିତିକି ୫ ଜଣ କେନ୍ଦ୍ରମନ୍ତ୍ରୀ ବିଜେପି ପାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ। ସେମାନେ ହେଲେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ଵିନ ବୈଷ୍ଣବ ଏବଂ ବିଶେଶ୍ଵର ଟୁଡୁ। ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ବରିଷ୍ଠ ନେତା ଜୁଏଲ ଓରାମ,  ଓଡିଶା ରାଜ୍ୟ ପ୍ରଭାରୀ ଡ.ପୁରନ୍ଦେଶ୍ଵରୀ,ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ ଅଛନ୍ତି।

ସୂଚନାଥଉକି, ବ୍ରଜରାଜନଗର ଉପ ନିର୍ବାଚନରେ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ବିଜେଡି ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ କିଶୋର ପଟେଲଙ୍କ ଉପରେ ଆସ୍ଥା ପ୍ରକଟ୍ କରିଛି।