ପିସ୍ତଲ ନବୀକରଣ କରି ନାହାନ୍ତି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ

ପିସ୍ତଲ ନବୀକରଣ କରି ନାହାନ୍ତି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ

ପିସ୍ତଲ ନବୀକରଣ କରି ନାହାନ୍ତି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ
ଭୁବନେଶ୍ୱର: ଲାଇସେନ୍ସ ପିସ୍ତଲର ନବୀକରଣ କରି ନାହାନ୍ତି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ । ପୁଲିସର ବିଭାଗର ଜଣେ ବରିଷ୍ଠ ପଦାଧିକାରୀ ହୋଇଥିବା ବେଳେ କାହିଁକି ଆଇନ ପାଳନ କରି ନାହାନ୍ତି ତାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । କେବଳ ସଞ୍ଜୀବ ମାରିକ ନୁହନ୍ତି ଏମିତି ୨୨ ଜଣ ନିଜର ଲାଇସେନ୍ସ ନବୀକରଣ କରି ନାହାନ୍ତି । ନିୟମ ଅନୁଯାୟୀ ଯେଉଁମାନେ ଲାଇସେନ୍ସ ନବୀକରଣ ନ କରିବେ ସେମାନଙ୍କୁ ସ୍ଥାନୀୟ ପୁଲିସ ନୋଟିସ ଜାରି କରିବେ । କିନ୍ତୁ ସ୍ଥାନୀୟ ପୁଲିସ ନୋଟିସ ମଧ୍ୟ ଜାରି କରି ନଥିବା ଜଣାପଡ଼ିଛି । ଆଇନକୁ ଖିଲାପ କରୁଥିବା ଲାଇସେନ୍ସଧାରୀଙ୍କୁ କାହିଁକି ପୁଲିସ କୋହଳ ମନୋଭାବ ପୋଷଣ କରୁଛି ତାହା ମଧ୍ୟ ବୁଝାପଡ଼ୁନାହିଁ । ସୂଚନା ଅଧିକାର କର୍ମୀ ଜୟନ୍ତ ଦାସଙ୍କୁ ସୂଚନା ଅଧିକାର ଆଇନ ବଳରେ ଗତ ମାସ ୯ ତାରିଖରେ କମିସନରେଟ ପୁଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ୨୦୦୮ ରୁ ୨୦୨୦ ପର୍ଯ୍ୟନ୍ତ ୧୨ ବର୍ଷ ଭିତରେ ୧୯୧ ଜଣ ବନ୍ଧୁକ ଲାଇସେନ୍ସ ପାଇଛନ୍ତି । ୧୧୦ ଜଣ ନବୀକରଣ କରିଥିବା ବେଳେ ୨୨ ଜଣ ନବୀକରଣ କରି ନାହାନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ୫୯ ଲାଇସେନ୍ସଧାରୀଙ୍କର ବନ୍ଧୁକର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ପୁଲିସ ପାଖରେ ନାହିଁ । ବିଧାୟକ ଅନନ୍ତ ନାରାୟଣ ଜେନା ବନ୍ଧୁକ ବିବରଣୀ ଦାଖଲ କରିନଥିବା ଜଣାପଡ଼ିଛି ।