ଆହୁରୀ ଦୁଇ ଦିନ ବଢିବ ଶୀତ

ଆହୁରୀ ଦୁଇ ଦିନ ବଢିବ ଶୀତ

ଆହୁରୀ ଦୁଇ ଦିନ ବଢିବ ଶୀତ
ଭୁବନେଶ୍ୱର: ଆସନ୍ତା ୨ ରୁ ୩ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ଶୀତ ପ୍ରକୋପ କମିବ । କିନ୍ତୁ ୮ ତାରିଖରୁ ପୁଣି ଥରେ ପାରଦସ୍ତର ଖସିବା ଆରମ୍ଭ କରିବା ଫଳରେ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୭ ତାରିଖ ଭିତରେ ରାଜ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତର ପ୍ରକୋପ କିଛି ବଢ଼ିବ । ମାତ୍ର ଏହା ଦକ୍ଷିଣ ଉପକୂଳରେ ଅପରିବର୍ତ୍ତିତ ରହିବ । ୯ ତାରିଖରୁ ରାଜ୍ୟରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ବଢ଼ିବା ଆରମ୍ଭ କରିବ । ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ । ତେବେ ୬ ତାରିଖ ଦିନ ଆଭ୍ୟନ୍ତର ଉତ୍ତର ଓଡ଼ିଶାର ପାଗ କୋହଲା ରହିପାରେ । ଅନୁମାନ କରାଯାଉଛି ଯେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ରାତି୍ର ତାପମାତ୍ରା ସାମାନ୍ୟ ବଢ଼ିବ । ତେବେ ୮ ତାରିଖରୁ ଏହା ବଢ଼ିବା ଆରମ୍ଭ ହେବ । ୧୩ ତାରିଖ ସୁଦ୍ଧା ସର୍ବନିମ୍ନ ଦକ୍ଷିଣ ଉପକୂଳରେ ୫ ଓ ୬ ତାରିଖ ଭିତରେ ପ୍ରାୟ ୧ ଡିଗ୍ରୀ ବଢ଼ି ୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ।