ପିପିଲି ଉପନିର୍ବାଚନ ପ୍ରଚାର ଭର୍ଚୁଆଲରେ କରିବେ ନବୀନ

ପିପିଲି ଉପନିର୍ବାଚନ ପ୍ରଚାର ଭର୍ଚୁଆଲରେ କରିବେ ନବୀନ

ପିପିଲି ଉପନିର୍ବାଚନ ପ୍ରଚାର ଭର୍ଚୁଆଲରେ କରିବେ ନବୀନ
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ବିଜେଡି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇ କହିଛନ୍ତି ଯେ, ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଏଲଇଡିରେ ପ୍ରଚାର ହେବ । ପ୍ରଚାର ତାରିଖ ନେଇ ସନ୍ଧ୍ୟାରେ ଚୂଡାନ୍ତ ନିଷ୍ପତି ନିଆଯିବ । ୩୫ ହଜାରରୁ ଅଧିକ ବ୍ୟବଧାନରେ ବିଜେଡି ଜିତିବ ବୋଲି ଉମା ସାମନ୍ତରାୟ କହିଛନ୍ତି । ତେବେ ସେ ସିଧାସଳଖ ପିପିଲି ଯାଇ ପ୍ରଚାର କରିବେ ନାହିଁ । ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେବେ, ତାହା ଆଜି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତ ବର୍ଷ ବାଲେଶ୍ୱର ଓ ତିର୍ତ୍ତୋଲରେ ହୋଇଥିବା ଉପନିର୍ବାଚନରେ ଭର୍ଚୁଆଲ ପ୍ଲାଟଫର୍ମରେ ନବୀନ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିଲେ । ପିପିଲି ପାଇଁ ବିଜେଡି ସେହି ଧାରାରେ ଯିବ ।