ପିଜି ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ପିଜି ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ପିଜି ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି)ରେ ନାମଲେଖା ପାଇଁ ସମୟ ପରିବର୍ତ୍ତନ କରାଯାଇଛି । ମେଧାତାଲିକା ପ୍ରକାଶଠୁ ନେଇ ନାମଲେଖା ପର୍ୟ୍ୟନ୍ତ ତାରିଖ ବଦଳାଯାଇଛି । ଆସନ୍ତା ସେପ୍ଟେମ୍ବର ୫ରେ ମେଧା ତାଲିକା ପ୍ରକାଶ ପାଇବ । ପୂର୍ବରୁ ଅଗଷ୍ଟ ୨୫ରେ ମେଧା ତାଲିକା ପ୍ରକାଶ ପାଇବା ନେଇ ଧାର୍ୟ୍ୟ କରାଯାଇଥିଲା ।
ନୂଆ ସମୟ ସୂଚୀ ଅନୁସାରେ ସେପ୍ଟେମ୍ବର ୫ରେ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟ ପ୍ରାର୍ଥୀମାନେ ସେପ୍ଟେମ୍ବର ୫ରୁ ୧୧ ପର୍ୟ୍ୟନ୍ତ ଚଏସ୍‌ ଫିଲିଂ କରିବେ । ୧୫ ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ । ପରେ ୧୬ ଓ ୧୭ ତାରିଖରେ ପ୍ରଥମ ପର୍ୟ୍ୟୟ ନାମଲେଖା ହେବ । ସେପ୍ଟେମ୍ବର ୨୩ ତାରିଖ ମଧ୍ୟାହ୍ନ ପରେ ଦ୍ୱିତୀୟ ପର୍ୟ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ । ତା’ପର ଦୁଇଦିନ ୨୪ ଓ ୨୫ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ୨୯ ତାରିଖରେ ସାମ୍ସ ୱେବସାଇଟ୍‌ରେ ବଳକା ସିଟ୍‌ଗୁଡ଼ିକର ତାଲିକା ପ୍ରକାଶ ପାଇବ । ଏଥିରେ ନାମଲେଖିବା ପାଇଁ ଅକ୍ଟୋବର ୧୦ଖରେ ସ୍ପଟ୍‌ ସିଟ୍‌ର ତାଲିକା ବାହାରିବ । ନାମଲେଖିବା ପାଇଁ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଅକ୍ଟୋବର ୧୧ ଓ ୧୨ରେ ତାରିଖରେ ରିପୋର୍ଟିଂ କରିବେ ।

ପିଲାଙ୍କ ମାର୍କ ଅନୁସାରେ ୧୪ ତାରିଖରେ ସ୍ପଟ ମେଧା ତାଲିକା ବାହାର କରାଯିବ । ଯୋଗ୍ୟ ଛାତ୍ରଛାତ୍ରୀ ୧୫ରୁ ୧୭ ତାରିଖରେ ନାମଲେଖାଇବେ । ଏ ସମ୍ପର୍କରେ କୌଣସି ସମସ୍ୟା ବା ଅଧିକ ଜାଣିବାକୁ ହେଲେ ଛାତ୍ରଛାତ୍ରୀମାନେ ହେଲ୍ପଲାଇନ୍‌ ନମ୍ବର ୧୫୫୩୩୫ ଓ ୧୮୦୦-୩୪୫-୬୭୭୦ରେ ଯୋଗାଯୋଗ କରିପାରିବେ । ଏହାସହ ଏନେଇ ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରେ ମଧ୍ୟ ଲଗ୍‌ ଇନ୍‌ କରି ଅଧିକ ସୂଚନା ପାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।