ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧି ବୃଦ୍ଧି

ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧି ବୃଦ୍ଧି

ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧି ବୃଦ୍ଧି
ଭୁବନେଶ୍ବର : ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି । ଏଣିକି ପିଲାମାନେ ସେପ୍ଟେମ୍ବର ୧୦ ତାରିଖ ପର୍ୟ୍ୟନ୍ତ ପିଜି ନାମଲେଖା ପାଇଁ ଫର୍ମପୂରଣ କରିପାରିବେ। ରାଜ୍ୟରେ ପିଜି ନାମଲେଖା ଆବେଦନ ଅବଧିକୁ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁଥିରେ ନାମଲେଖା ପାଇଁ ଆବେଦନ ସେପ୍ଟେମ୍ବର ୧୦ ତାରିଖ ପର୍ୟ୍ୟନ୍ତ ଥିବା ଜଣାପଡ଼ିଛି। ଏହି ବିଜ୍ଞପ୍ତି ଅନୁସାରେ ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୦ରୁ ୧୯ ପର୍ୟ୍ୟନ୍ତ ହେବ । ନଭେମ୍ବର ୭ରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଡିସେମ୍ବର ୩ରୁ କ୍ଲାସରୁ ଆରମ୍ଭ ହେବ । ସେହିପରି ସେପ୍ଟେମ୍ବର ୩୦ ତାରିଖରୁ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଅନଲାଇନ୍‌ରେ ହଲ୍ ଟିକେଟ ଉପଲବ୍ଧ ହେବ ।