ପିଇଦେଲେ ସାନିଟାଇଜର, ଚାଲିଗଲା ଜୀବନ
ପିଇଦେଲେ ସାନିଟାଇଜର, ଚାଲିଗଲା ଜୀବନ
ବଲାଙ୍ଗିର : ପାରିବାରିକ କଳହ ଅସହ୍ୟ ହେବାରୁ ସାନିଟାଇଜର ପିଇଲେ ଯୁବକ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଡୁଙ୍ଗୁରିପାଲି ଗ୍ରାମରେ ଏଭଳି ଘଟଣା ଘଟିଛି।
ସୂଚନାନୁଯାୟୀ, ସଇଁତଳା ଥାନା ଡୁଙ୍ଗୁରିପାଲି ଗ୍ରାମର କୁଞ୍ଜ ବିହାରୀ ନାମକ ଜଣେ ଯୁବକ ପାରିବାରିକ କଳହ ଅସହ୍ୟ ହେବାରୁ ସାନିଟାଇଜର ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ମୃତକଙ୍କ ପରିବାର ପକ୍ଷରୁ ଅଧିକ ସୂଚନା ମିଳିନାହିଁ।




admin 